ରେଳ ଲାଇନ ଉଡାଇଲେ ମାଓବାଦୀ : ଟ୍ରେନ ଚଳାଚଳ ବାଧାପ୍ରାପ୍ତ

0
459
ରେଳ ଲାଇନ ଉଡାଇଲେ ମାଓବାଦୀ
ରେଳ ଲାଇନ ଉଡାଇଲେ ମାଓବାଦୀ

ରାଉରକେଲା: ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା – ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟପ ମାଓବାଦୀ ନେତା କିଶନ ଦା ଏବଂ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କ ଗିରଫ ପ୍ରତିବାଦରେ ଏହି ବିସ୍ପୋରଣ କରାଯାଇଥିବା କୁହାଯାଉଛି। ଆରପିଏଫ, ରେଳବାଇର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ ଚାଲିଛି। ବିସ୍ପୋରଣରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବାରୁ ବହୁ ଟ୍ରେନ ହୱଡା-ମୁମ୍ବାଇ ମାର୍ଗରେ ବିଳମ୍ବରେ ଚାଲିଛି। ରାଉରକେଲା ଷ୍ଟେସନରେ ମଧ୍ୟ କିଛି ଟ୍ରେନ ଅଟକି ରହିଛି। ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ରେଳ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି।

maoist e1637390283506
ଗତ ମଧ୍ୟ ରାତି ୨ଟାରେ ହାୱଡା ମୁମ୍ବାଇ ଅପ ଓ ଡାଉନ ରେଲୱେ ଲାଇନ ଉଡାଇ ଦେଇଛନ୍ତି। ଫଳରେ ହାୱଡା ମୁମ୍ବାଇ ରୁଟରେ ସାଢେ ୬ ଘଣ୍ଟା ରେଳ ଚଳାଚଳ ବ୍ୟାହତ ହୋଇଛି। ସକାଳ ସାଢେ ୬ଟାରୁ ତୃତୀୟ ଲାଇନରେ ରେଳ ଚଳାଚଳ ଆରମ୍ଭ ହୋଇଛି। ରେଲୱେର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମାଓବାଦୀଙ୍କ ଭାରତ ବନ୍ଦ ଡାକରା ସମୟରେ ରେଳଲାଇନ ଉଡାଇଥିବା ସନ୍ଦେହ କରାଯାଉଛି। ଚକ୍ରଧରପୁର ରେଲୱେ ଡ଼ିଭିଜନର ସିନିଅର DCM ଏହି ସୂଚନା ଦେଇଛନ୍ତି।

Also Read  ରାଜ୍ୟରେ କମୁଛି ସଂକ୍ରମଣ : ୨ ହଜାର ୬୯୭ ଆକ୍ରାନ୍ତ ଚିହ୍ନଟ