ମାଓବାଦୀଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କଲା ବିଏସଏଫ : କଣ୍ଟେନର ବୋମା ନିଷ୍କ୍ରିୟ

0
344
କଣ୍ଟେନର ବୋମା ନିଷ୍କ୍ରିୟ
କଣ୍ଟେନର ବୋମା ନିଷ୍କ୍ରିୟ

କୋରାପୁଟ  : ମାଓବାଦୀଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ବିଏସ୍‌ଏଫ୍‌। କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ରାମଗିରିଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନ ଦ୍ଵାରା କଣ୍ଟେନର ବୋମା ଉଦ୍ଧାର କରାଯିବା ସହ ନିଷ୍କ୍ରିୟ କରାଯାଇଥିବା ଜଣାପଡ଼ିଛି।ଏହାଦ୍ୱାରା ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଛି।

ଗତକାଲି ରାମଗିରି ଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନକୁ ଗୋଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ଯେ, ପୂଜାରୀପୁଟର ବିଶ୍ରାମଗାର ନିକଟରେ ମାଓବାଦୀମାନେ ଯବାନମାନଙ୍କୁ ଟାର୍ଗେଟ କରି ବୋମା ପୋତା ଯାଇଥିଲା। ମିଳିଥିବା ସୂଚନାକୁ ଆଧାର କରି ଯବାନମାନେ ସନ୍ଧାନୀ କୁକୁର ସାହାଯ୍ୟରେ କଣ୍ଟେନର ବୋମା ଉଦ୍ଧାର କରିବା ସହ ନିଷ୍କ୍ରିୟ କରାଯାଇଥିବା କମାଣ୍ଡଣ୍ଟ ଅଜୟ କୁମାର ପ୍ରକାଶ କରିଛନ୍ତି।

ଏଠାରେ ସ୍ମରଣଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ଆଠ ତାରିଖ ଦିନ ରାମଗିରି ପଞ୍ଚାୟତର ସିନ୍ଧିଆଗୁଡା ଜଙ୍ଗଲରେ ମଧ୍ୟ ମାଓବାଦୀ ଏକ ଗଛ ମୂଳରେ ଟିଫିନ୍ ବୋମା ଖଞ୍ଜି ଥିଲେ, ଯାହାକୁ ଯବାନମାନେ ନିଷ୍କ୍ରିୟ କରିଥିଲେ। ରାମଗିରିଠାରେ ଅବସ୍ଥାପିତ ବିଏସଏଫ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହିପରି କାଣ୍ଡ କରୁଥିବା ପ୍ରକାଶ।  ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସକ୍ରିୟଥିବା ମାଓବାଦୀଙ୍କୁ ଦମନ କରିବାକୁ ବିଏସଏଫ ପକ୍ଷରୁ ବ୍ୟାପକ ଅପରେସନ ଚାଲିଛି।

Also Read  Jewellery Looted From Niranjan Patnaik’s House