ବାଳସୁଧାର ଗୃହରୁ ୬ ଅନ୍ତେବାସୀ ୨୦ ଫୁଟ ପାଚେରି ଡେଇଁ ଚମ୍ପଟ

0
361
ବାଳସୁଧାର ଗୃହରୁ ୬ ଅନ୍ତେବାସୀ ଚମ୍ପଟ
ବାଳସୁଧାର ଗୃହରୁ ୬ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବାଳସୁଧାର ଗୃହରୁ ୬ ନାବାଳକ ଚମ୍ପଟ ମାରିଛନ୍ତି। ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ସେମାନେ ଚମ୍ପଟ ମାରିଥିବା ଜଣାଯାଇଛି।ରାତ୍ରି ଜଗୁଆଳି ଯେତେବେଳେ ଏହି ୬ ଜଣ ରହୁଥିବା କୋଠରୀରେ କେହି ନଥିବାର ଦେଖିଥିଲେ ସେ ତୁରନ୍ତ ସୁପରିଟେଣ୍ଡେଣ୍ଟ ପି.ରମେଶ ରାଓଙ୍କୁ ସୂଚନା ଦେଇଥିଲେ। ଏହା ପରେ ସୁପରିଟେଣ୍ଡେଣ୍ଟ ଆଜି ବୈଦ୍ୟନାଥପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ପୁଲିସ ଚମ୍ପଟ ମାରିଥିବା ନାବାଳକମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଖୋଜୁଛି।

ଫେରାର ହୋଇଥିବା ଅନ୍ତେବାସୀଙ୍କ ମଧ୍ୟରୁ ପୁରୀରୁ ଜଣେ ଥିବାବେଳେ ବ୍ରହ୍ମପୁରରୁ ଜଣେ, କୋରାପୁଟର ୨ ଜଣ ଓ ଗଜପତି ଜଣେ ଅନ୍ତେବାସୀ ରହିଛନ୍ତି। ବିଭିନ୍ନ ପ୍ରକାରର ଅପରାଧ କରି ଏମାନେ ବାଳସୁଧାର ଗୃହରେ ଥିବାବେଳେ ଖବର ପାଇ ବୈଦ୍ୟନାଥପୁର ପୁଲିସ ତନାଘନା ଆରମ୍ଭ କରିଛି। ତେବେ ବାରମ୍ବାର ଅନ୍ତେବାସୀମାନେ ଚମ୍ପଟ ମାରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ରହ୍ମପୁର ବାଳ ସୁଧାର ଗୃହରେ ୨୦ଫୁଟ ଉଚ୍ଚର ପାଚେରି ରହିଛି। କିପରି ଅନ୍ତେବାସୀ ମାନେ ଚମ୍ପଟ ମାରିଲେ ସେଇ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏହା ପଛରେ ଆଉ କାହାର ଅଛି କି ନାହିଁ, ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଏହି ବାଳସୁଧାର ଗୃହରୁ ୭ ଜଣ ଚମ୍ପଟ ମାରିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରାଯାଇଥିବାବେଳେ ୩ ଜଣ ଏବେ ବି ଫେରାର ଅଛନ୍ତି।୨୦୧୪-୧୫ରେ ବ୍ରହ୍ମପୁର ବାଳ ସୁଧାର ଗୃହରୁ ୩୦ରୁ ଅଧିକ ନାବାଳକ ଚମ୍ପଟ ମାରିଥିଲେ। ଏପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ।

Also Read  Patient falls off from AIIMS hospital in Odisha capital