ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କଲେ ମାନସ ମଙ୍ଗରାଜ : ୨୪ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

0
322
ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ
ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମାନସ ମଙ୍ଗରାଜ । ଆସନ୍ତା ୨୪ ତାରିଖରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପୁରୀରେ ଭବ୍ୟ ଆୟୋଜନ କରାଯାଇଛି । ପରମ୍ପରା ଅନୁସାରେ ଆଜିଠୁ ତ୍ରି ଦିନାତ୍ମକ ଯଜ୍ଞ ପୂଜାବିଧି ଆରମ୍ଭ ହୋଇଛି । ସକାଳୁ ଶ୍ରୀମନ୍ଦିର ସେବାୟତଙ୍କ ଦ୍ୱାରା ଯଜ୍ଞ ଓ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟମାନ ଆରମ୍ଭ ହୋଇଛି । ତ୍ରି ଦିନାମତ୍କ ସ୍ବତନ୍ତ୍ର ଯଜ୍ଞ ଶ୍ରୀମନ୍ଦିର ଐଶାନ୍ୟ କୋଣରେ କରାଯିବ । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯଜ୍ଞ ମଣ୍ଡପରେ ଚାଲିଛି ପୂଜା କାର୍ଯ୍ୟକ୍ରମ ।

ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯଜ୍ଞର ସଫଳତା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସନ୍ତା ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ । ଶ୍ରୀନହରରେ ଏନେଇ ଏକ ସ୍ବତନ୍ତ୍ର ପୂଜା କରାଯାଇଥିବା ବେଳେ ଗଜପତି ବ୍ରାହ୍ମଣମାନଙ୍କୁ ବରଣ କରି ଅଧିବାସ ନୀତି ସମାପନ କରିଛନ୍ତି । ଯଜ୍ଞସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୂର୍ଣାହୁତି ଦିନ ପ୍ରକଳ୍ପ ଶିଳାନ୍ୟାସରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Also Read  ଶତାବ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ : ଭାରତରେ ହେବନି ଦୃଶ୍ୟମାନ

LEAVE A REPLY

Please enter your comment!
Please enter your name here