ସ୍କୁଲରେ ଡରାଇଲାଣି କରୋନା : ଗୋଟିଏ ହାଇସ୍କୁଲର ୫୩ ଛାତ୍ରୀ ପଜିଟିଭ

0
396
246 Foreign Returnees To Odisha Test Covid Positive; Samples Sent For Genome Sequencing
246 Foreign Returnees To Odisha Test Covid Positive; Samples Sent For Genome Sequencing

ସୁନ୍ଦରଗଡ : ଉପରମୁହାଁ ହେଲେଣି କରୋନା ଗ୍ରାଫ୍‌। ଗତ କିଛି ଦିନ ଧରି ମହାମାରୀ ତଳମୁହାଁ ଥିବା ବେଳେ ଏବେ ପୁଣି ଥରେ ମୁଣ୍ଡ ଟେକିବା ଚିନ୍ତାର ବିଷୟ ପାଲଟିଛି। ରାଜ୍ୟରେ ଏବେ ଅଧିକାଂଶ ଶିକ୍ଷାନୁଷ୍ଠାନ ଖୋଲି ଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାଡ଼ି ଚାଲିଛି ମହାମାରୀ।

ବୁର୍ଲା ଭିମସାର ୨୨ ମେଡିକାଲ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଏବ ସୁନ୍ଦରଗଡ଼ର ଏକ ବାଳିକା ବିଦ୍ୟାଳୟର ୫୩ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଛାତ୍ରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ରୋକିବା ଏବେ ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇ ଉଭା ହେଲାଣି।

ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ସ୍କୁଲର ୫୩ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ବୋଲି ସୂଚନା ମିଳିଛି । ପ୍ରଥମେ କିଛି ଛାତ୍ରୀଙ୍କର ସାମାନ୍ୟ ଥଣ୍ଡାକାଶ ଲକ୍ଷଣ ଦେଖାଦେଇଥିଲା । ଏନେଇ ଟେଷ୍ଟ କରାଯିବା ପରେ ୫୩ଜଣ ଛାତ୍ରୀ କରୋନ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତମାନଙ୍କୁ ଆଇସୋଲେସନରେ ରଖାଯାଇଛି ।

କୋଭିଡରେ ଆକ୍ରାନ୍ତ ହୋଇଥିବା ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ରହିଛି । ଏତେ ସଂଖ୍ୟକ ଛାତ୍ରୀ କରୋନା ଚିହ୍ନଟ ହେବା ପରେ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।

Also Read  Bali Jatra celebrated in UK for first time