ଅଣ୍ଡା ତରକାରି ପାଇଁ ମା’କୁ ହତ୍ୟା

0
357
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ଝାରସୁଗୁଡ଼ା : ଯେଉଁ ମା’ ଦଶମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ପଣତ କାନିରେ ନିଜ ମୁହଁ ପୋଛି ଦେଉଥିଲା। ସେହି ମାକୁ’ ହାଣି ହତ୍ୟା କଲା ପୁଅ। ଏପରି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସଦରଥାନା ଅନ୍ତର୍ଗତ ଇବ୍ ଗାଁରେ। ମୃତ ମହିଳା ଜଣଙ୍କ ହେଲେ କୁମୋଦିନୀ ଭୋଇ। ତାଙ୍କୁ ୪୫ବର୍ଷ ହୋଇଥିଲା। ଅଭିଯୁକ୍ତ ପୁଅ ରାଜେଶ ଭୋଇକୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ଗତକାଲି ରାତିରେ କୁମୋଦିନୀ ଘରେ ରୋଷେଇ କରୁଥିଲେ। ଏହି ସମୟରେ  ପୁଅ ରାଜେଶ ବଜାରରୁ ଅଣ୍ଡା ଆଣିଥିଲେ ଓ ରୋଷେଇ କରିବା ପାଇଁ କହିଥିଲେ। ହେଲେ ମାଆ ଅଣ୍ଡା ତରକାରି ରୋଷେଇ କରିବାକୁ ମନା କରିଥିଲେ। ଏଥିରେ ରାଜେଶ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମାଆକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ କୁମୋଦିନୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ କୁମୋଦିନୀଙ୍କ ଦିଅର ଥାନାରେ ଲିଖିତ  ଅଭିଯୋଗ କରିଥିଲେ।  ଆଜି ସକାଳେ ସଦରଥାନା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

Also Read  ଜାମ୍ମୁ ଓ କଶ୍ମୀର ସୀମାରେ ଠାବ ହେଲା ସନ୍ଦିଗ୍ଧ ସୁଡ଼ଙ୍ଗ