ହତ୍ୟାକାଣ୍ଡର ଛାତିଥରା ଭିଡିଓ ଭାଇରାଲ୍ କଲେ ଅଭିଯୁକ୍ତ : ‘ଅବ୍ ତେରି ବାରି’ … କାହାକୁ କହିଲେ ଜାଣନ୍ତୁ ?

0
474
ଭିଡିଓ ଭାଇରାଲ୍ କଲେ ଅଭିଯୁକ୍ତ
ଭିଡିଓ ଭାଇରାଲ୍ କଲେ ଅଭିଯୁକ୍ତ

ବଲାଙ୍ଗିର : ଯୁବକଙ୍କର ମୃତଦେହ ମିଳିବା ପରେ ଏହି ହତ୍ୟାକାଣ୍ଡର ଏକ ଭିଡିଓ ଭାଇରାଲ୍ ହୋଇଛି। ଏନେଇ ଆସିଛି ଛାତିଥରା ଦୃଶ୍ୟ। ନୃଶଂସତାର ସବୁ ସୀମା ଟପିଛନ୍ତି ଦୁର୍ବୃତ୍ତ। ୨ ସାଙ୍ଗ ପାଲଟିଲେ ଜହ୍ଲାଦ । ଜଣେ ଯୁବକଙ୍କୁ ହତ୍ୟାକଲେ, ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଡ଼ିଲେ ଓ ସେସବୁର ଭିଡିଓ କରି ଡରାଇବା ପାଇଁ ଚ୍ୟାଲେଞ୍ଜ କଲେ। ଭିଡିଓରେ ଦୁଇ ହତ୍ୟାକାରୀ ଜଣଙ୍କୁ ମାରିବା ସହ ଅନ୍ୟ ଜଣଙ୍କୁ ଧମକ ଦେଉଛନ୍ତି। କହୁଛନ୍ତି ‘ଅବ୍ ତେରି ବାରି’। ଏବେ ଏହି ଜହ୍ଲାଦଙ୍କ ଟାର୍ଗେଟ କିଏ ତାକୁ ନେଇ ପ୍ରମାଦ ଗଣିଲେନି ଲୋକେ। ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟି ପଛପଟେ ଘଟିଛି ଏହି ଅଭାବନୀୟ ଘଟଣା।

fireଗତ ୨୩ ତାରିଖରେ ବିଶ୍ୱଦେବଙ୍କୁ ତାଙ୍କ ୨ ସାଙ୍ଗ ଶୁଭମ ଏଵଂ ଅମିତ ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟି ପଛ ପଟକୁ ଡାକି ନେଇଥିଲେ। ଉଭୟ ଶୁଭମ ଏଵଂ ଅମିତ ବିଶ୍ୱଦେବଙ୍କୁ ହତ୍ୟା ପାଇଁ ଆଗରୁ ଯୋଜନା କରିଥିବା ବେଳେ ଅସ୍ତ୍ରଶସ୍ତ୍ର ମଧ୍ୟ ପାଖରେ ରଖିଥିଲେ। ଏପରିକି ସେମାନେ ବିଶ୍ୱଦେବଙ୍କୁ ଫିଲ୍ମ ଷ୍ଟାଇଲରେ ପିଟି ପିଟି ମାରିଦେଲେ। ହତ୍ୟା କରିବା ପରେ ପେଟ୍ରୋଲ ସାହାଯ୍ୟରେ ମୃତଦେହ ପୋଡି ବି ଦେଲେ।

ଏହି ଛାତିଥରା ଭିଡିଓରେ, ଶୁଭମ ସିଂ ଅନ୍ୟ ଜଣେ କାହାକୁ, ‘ଅବ ତେରି ବାରି’ ବୋଲି କୁହାଯାଉଥିବା ଶୁଣାଯାଉଛି । ବିଶ୍ୱଦେବ ସାହୁ ହତ୍ୟାକାଣ୍ଡର ଏହି ଲାଇଭ ଭିଡିଓକୁ ନେଇ ଏବେ ହଇଚଇ । ଶୁଭମ ସିଂ କାହା ପାଇଁ ଏହି ଲାଇଭ ଭିଡିଓ କରିଥିଲା ଏବଂ ଆଉ କାହାକୁ ‘ଅବ ତେରି ବାରି’ ବୋଲି କହୁଥିଲା, ତାହା ଏଵେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ପ୍ରେମ ପାଇଁ ହୋଇଥିବା ପୁଲିସ୍‌ କହୁଛି। ହେଲେ କେଉଁ କାରଣରୁ ଶତ୍ରୁତା ଏତେ ବଢିଯାଇଥିଲା ଯେ ଦୁଇ ଜହ୍ଲାଦ ନିଜ ବନ୍ଧୁକୁ ହତ୍ୟାକରି ପୋଡିଦେବା ସହିତ ଲାଇଭ ଭିଡିଓ କରିଥିଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Also Read  Full-proof security during PM's visit to Odisha capital