ବାଲେଶ୍ୱରରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ

0
455
ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ
ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ

ବାଲେଶ୍ୱର: ଓଡ଼ିଶା ଲେଖୁଛି ସ୍ୱାସ୍ଥ୍ୟସେବାର ସ୍ୱର୍ଣ୍ଣିମ ଅଧ୍ୟାୟ। ସ୍ୱାସ୍ଥ୍ୟ ସେବାରେ ଆହୁରି ସୁଦୃଢ଼ ହେଉଛି ଓଡ଼ିଶା। ନୂଆ ରୂପ ନେଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ସ୍ମାର୍ଟ ହେଲ୍‌ଥ କାର୍ଡ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ିଛି ନୂଆ ଅଧ୍ୟାୟ।  ଆଜି ବାଲେଶ୍ୱରରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କୃଷି, ଶିଳ୍ପ, ପର୍ଯ୍ୟଟନରେ ଆଗୁଆ ବାଲେଶ୍ୱର ଏବେ ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ହେବ ପ୍ରଥମ। ଧାନ, ପାନ ଓ ମୀନ ପାଇଁ ଜଣାଶୁଣା ବାଲେଶ୍ୱରରେ ଲେଖାହେଲା ସ୍ମାର୍ଟ ସେବାର ନୂଆ କାହାଣୀ। ସ୍ମାର୍ଟ ହେଲ୍‌ଥ କାର୍ଡରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଗରିବ ଲୋକେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଗୋଟିଏ କାର୍ଡରେ ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ କୌଣସି ଡକ୍ୟୁମେଣ୍ଟ ନେଇ ଯିବାକୁ ପଡ଼ିବାନାହିଁ। କେବଳ କାର୍ଡ ନେଲେ ହୋଇପାରିବ ଚିକିତ୍ସା।

ଏହି କାର୍ଡ ଦ୍ୱାରା ଜିଲ୍ଲାର ପ୍ରାୟ ୨୦ଲକ୍ଷ ହିତାଧିକାରୀ ହେବେ ଉପକୃତ। ଯୋଜନା ନୂଆ ରୂପରେ କାର୍ଯ୍ୟକାରୀ ହୋଇଥିବା ବେଳେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଛି। ସାଢେ ୩କୋଟି ଲୋକ ଏହାର ଉପକାର ପାଇବେ। ଦେଶର ୨ଶହ ବଡ଼ ବଡ଼ ହସ୍ପିଟାଲରେ କେବଳ କାର୍ଡ ଦେଖାଇଲେ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡିବନି। ପରିବାରର ସଦସ୍ୟଙ୍କୁ ୫ଲକ୍ଷ , ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ। ଏପରି କରିବାରେ ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ। ୬ ଶହ ମିଶନ ଶକ୍ତି ମା’ ମାଛ ଚାଷରେ ସାମିଲ ହୋଇଥିବା ବେଳେ ମାଛ ଉତ୍ପାଦନରେ ଜାତୀୟ ସ୍ତରରେ ବାଲେଶ୍ୱର ପାଇଛି ସମ୍ମାନ। ୨୦ ଏକର ଜମିରେ ହେବ ମାଛ ମାର୍କେଟ୍, ଖର୍ଚ୍ଚ ହେବ ୫୦ କୋଟି। ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀ ଉପକୃତ ହେବେ। ୯୦୦ କୋଟିର ମେଗା ପାଇପ୍ ପାଣି ପ୍ରକଳ୍ପ ଖୁବଶୀଘ୍ର ଜିଲ୍ଲାରେ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Also Read  Forester’s half-burnt body recovered from house