ନୂଆ କରୋନା ଭୂତାଣୁ ଓମିକ୍ରୋନ୍ ପାଇଁ ଭାରତରେ ସ୍ଥିତି କ’ଣ ? ଜାଣନ୍ତୁ……

0
256
ନୂଆ କରୋନା ଭୂତାଣୁ ଓମିକ୍ରୋନ୍ ପାଇଁ ଭାରତରେ ସ୍ଥିତି କ’ଣ
ନୂଆ କରୋନା ଭୂତାଣୁ ଓମିକ୍ରୋନ୍ ପାଇଁ ଭାରତରେ ସ୍ଥିତି କ’ଣ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରୋନ୍’ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ବଢାଇଛି। ଆଉ ଏହି ନୂଆ ଭାରିଏଣ୍ଟ ପାଇଁ ସାରା ବିଶ୍ବକୁ ସତର୍କ କରିଦେଇଛି । ଏହାବ୍ୟତୀତ କରୋନାର ଏହି ନୂଆ ଭାରିଏଣ୍ଟର ପ୍ରଭାବ ବିଶ୍ୱ ବ୍ୟାପାର ସଙ୍ଗଠନ (WTO)ର ମିନିଷ୍ଟ୍ରିୟଲ୍ କନଫ୍ରେସ୍ ଉପରେ ମଧ୍ୟ ପଡିଛି।

କରୋନାର ସ୍ଥିତିକୁ ଦେଖି WTO ପକ୍ଷରୁ ମିନିଷ୍ଟ୍ରିୟଲ୍ କନଫ୍ରେସକୁ ରଦ୍ଦ କରିବା ପାଇଁ ଘୋଷଣା କରାଯାଇଛି। WTOର ଜେନେରାଲ କାଉନସିଲରେ ନଭେମ୍ବର ୨୬ ତାରିଖରେ ମିନିଷ୍ଟ୍ରିୟଲ୍ କନଫ୍ରେସ ଉପରେ ଚର୍ଚ୍ଚା ହୋଇଥିଲା । ଯାହା ପରେ ଏହାକୁ ରଦ୍ଦ କରିବା ଲାଗି ନିଷ୍ପତ୍ତି ହୋଇଥିଲା ।  କରୋନାର ବର୍ତ୍ତମାନ ସ୍ଥିତିକୁ ଦେଖି ଆମେ କନଫ୍ରେସକୁ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛୁ। ଆଉ ଅନୁମତି ମିଳିବା ପରେ ଯାଇ ପୁଣିଥରେ ମିଟିଂ ଆୟୋଜିତ କରାଯିବ। ତେବେ ମହାମାରୀ କାରଣ ଯୋଗୁଁ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯିବାର ଆଶଙ୍କା ରହିଥିଲା ।

ନୂଆ ଭାରିଆଣ୍ଟର ସନ୍ଧାନ ପରେ ବିଶ୍ବର ଅନେକ ରାଷ୍ଟ୍ର ଅନ୍ତର୍ଦେଶୀୟ ଉଡାଣ ବାତିଲ ନେଇ ଚିନ୍ତା କରୁଛନ୍ତି । ଆମେରିକା, କାନଡା, ୟୁରୋପୀୟ ରାଷ୍ଟ୍ରସଂଘ, ସାଉଦିଆରବ ନୂଆ ପଦକ୍ଷେପ ସ୍ବରୂପ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବିମାନକୁ ନିଷିଦ୍ଧ କରିଛନ୍ତି । ସେପଟେ ଏହାର ପ୍ରଭାବ ଷ୍ଟକ ମାର୍କେଟ ଓ ତୈଳ ବଜାର ଉପରେ ପଡିଛି ।

କରୋନାର ନୂଆ ଭାରିଏଣ୍ଟ ସାରା ଦୁନିଆରେ ବ୍ୟାପିବାରେ ଲାଗିଛି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଭାରତ ମଧ୍ୟ ସତର୍କ ହେବା ସଙ୍ଗେସଙ୍ଗେ ବ୍ରିଟେନ୍, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍, ବାଂଲାଦେଶ, ମରିସସ୍, ବୋଟସବାନା, ଜିମ୍ବାୱେ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ୍ ଭଳି ଦେଶ ଉପରେ କଡ଼ା ନଜର ରଖିଛି । ଏଥିସହିତ ଭାରତ ଆସୁଥିବା ଯାତ୍ରୀଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଯାଞ୍ଚ ମଧ୍ୟ କରାଯାଉଛି ।

ଭାରତରେ ଏଭଳି କୌଣସି ମାମଲା ନଜରକୁ ଆସିନଥିବା ବେଳେ ଭାରତ ସରକାର ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ପାଇଁ ଘୋଷଣା କରିଛନ୍ତି । ତେବେ ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ବିମାନ ସେବାକୁ ଆଉ କିଛି ଦିନ ଯାଏଁ ବନ୍ଦ ରଖିବାକୁ ମଧ୍ୟ ଦାବି କରାଯାଉଛି ।

Also Read  ନୂଆ ଡିଜିପି ସୁନୀଲଙ୍କ ଓଡ଼ିଶା ଫେରିବା ବାଟ ପରିଷ୍କାର

LEAVE A REPLY

Please enter your comment!
Please enter your name here