-
କଂଗ୍ରେସ ସଦସ୍ୟ ଗେଟ ସାମ୍ନାରେ ବସିଲେ, ତାଲା ପକାଇଲେ
-
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ପାଇଁ ଅଡ଼ି ବସିଲେ
-
ଶୋକ ପ୍ରସ୍ତାବ ପରେ ପ୍ରଥମାର୍ଦ୍ଧ ବୈଠକ ୫ଟା ମୁଲତଵୀ
ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ତାହା ଡିସେମ୍ବର ୩୧ଯାଏ ଚାଲିବ । ଏହି ଅବଧି ମଧ୍ୟରେ ୨୬ କାର୍ଯ୍ୟକାରୀ ଦିବସ ରହିଛି । ଗୃହ ହୁଲସ୍ତୁଲ ହେବ ଆଶଙ୍କା କରାଯାଇଥିଲା । ତାହାହିଁ ହୋଇଛି। ଚଳିତ ଅଧିବେଶନରେ ମମିତା ପ୍ରସଙ୍ଗ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ରଣନୀତି କରିଛି ।
ଗୃହ ଆରମ୍ଭ ହେବା ପୂର୍ବରୁ ବିଧାନସଭା ଗେଟ୍ ଆଗରେ କଂଗ୍ରେସ ସଭ୍ୟମାନେ ଧାରଣା ଦେଇଥିଲେ । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସେମାନେ ବିଧାନସଭା ଭିତର ଦ୍ୱାର ସମ୍ମୁଖରେ ପ୍ଲାକାର୍ଡ ଧରି ଧାରଣା ଦେଇଥିଲେ ।
କଂଗ୍ରେସ ବିଧାୟକ ତାରା ବାହିନୀପତି ଏହାର ନେତୃତ୍ୱ ନେଇଥିଲେ । ମହମ୍ମଦ ମୋକିମ୍ ଓ ଅନ୍ୟ କଂଗ୍ରେସ ସଭ୍ୟମାନେ ଗେଟରେ ତାଲା ପକାଇ ଦେଇଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହରେ ପ୍ରବେଶ କରାଇ ନଦେବାକୁ ନିଜ ଜିଦରେ ଅଟଳ ରହିଥିଲେ । ପରେ ସଭ୍ୟମାନେ ଗୃହ ପ୍ରବେଶ କରିଥିଲେ । ତିନୋଟି ପ୍ରଵେଶ ପଥରୁ ଦୁଇଟିରେ ବିଧାୟକମାନେ ବିକ୍ଷୋଭ କରୁଛନ୍ତି ଏବଂ ମୁଖ୍ୟ ପ୍ରବେଶ ପଥରେ ପକାଯାଇଥିବା ତାଲାକୁ ଭଙ୍ଗା ଯାଇଛି |
ଗ୍ରହ ଆରମ୍ଭ ହେବା ପରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ପରେ ପ୍ରଥମାର୍ଦ୍ଧ ବୈଠକ ୫ଟା ମୁଲତଵୀ କରିଥିଲେ ବାଚସ୍ପତି ଡ ସୂର୍ଯ୍ୟ ନାରାୟଣ ପାତ୍ର ।