ନେଗେଟିଭ ସାର୍ଟିଫିକେଟ ନଥିଲେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବନି

0
365
Diarrhea In Rourkela: Six People Died So Far
Diarrhea In Rourkela: Six People Died So Far

ଭୁବନେଶ୍ବର: ଓମିକ୍ରନ ସଂକ୍ରମଣ ବିପଦ ଥିବା ଦେଶରୁ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୩୮୦ ଜଣ ଫେରିଛନ୍ତି।  ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ ତାରିଖରେ ୧୫୬ ଜଣ ଆସିଛନ୍ତି। ଓଡ଼ିଶା ଫେରନ୍ତାମାନେ ସବୁ ଟେଷ୍ଟ କରି ଆସୁଛନ୍ତି। ବିଦେଶ ଫେରନ୍ତାଙ୍କ ତାଲିକା ପ୍ରଶାସନକୁ ଦିଆଯାଇଛି। ଏମାନେ କୋଭିଡ୍ ରିପୋର୍ଟ ନେଗେଟିଭ ଥିଲେ ବି ୭ ଦିନ ସଙ୍ଗରୋଧରେ ରହିବେ। ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଏଥର କିନ୍ତୁ କରୋନାକୁ ଚେକ୍‌ ଦେବାକୁ ଆରମ୍ଭରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି ।  ବିଦେଶରୁ ଆସୁଥିବା ବ୍ୟକ୍ତି ନେଗେଟିଭ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ ।  ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କର ପୁଣି ଥରେ RT-PCR ଟେଷ୍ଟ କରାଯିବ । କୋଭିଡ୍ ଟେଷ୍ଟ ପରେ  ରିପୋର୍ଟ ନେଗେଟିଭ ଥିଲେ ହିଁ ସମସ୍ତଙ୍କୁ ରାଜ୍ୟରେ ପ୍ରବେଶ ଅନୁମତି ମିଳୁଛି। ରିପୋର୍ଟ ପଜିଟିଭି ଥିଲେ ସେମାନଙ୍କୁ ତତ୍‌କ୍ଷଣାତ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି। ସଂପୃକ୍ତ ଯାତ୍ରୀ କେଉଁଠୁ ଆସିଲେ ଓ କୁଆଡ଼େ ଯିବେ ଓ କେଉଁଠି ରହିବେ ସେ ନେଇ ସେଲ୍ଫ ଡିକ୍ଲାରେସନ୍ ଦେବେ । ଏହା ଦ୍ୱାରା ସେମାନଙ୍କୁ ଖୋଜି ପୁଣି ପରୀକ୍ଷା କରାଯାଇପାରିବ ।

ରିପୋର୍ଟ ନେଗେଟିଭ୍ ଥିଲେ ବି ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଉଛି। ସେଥି ମଧ୍ୟରୁ ପ୍ରଥମ ୭ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ଅଷ୍ଟମ ଦିନ ସେମାନଙ୍କର ପୁଣି କୋଭିଡ୍ ଟେଷ୍ଟ କରାଯିବ । ଯଦି ପଜିଟିଭ୍ ଆସେ ସେହି ଅନୁଯାୟୀ ଚିକିତ୍ସା କରାଯିବ । ଯଦି ନେଗେଟିଭ୍ ଆସେ ସେମାନଙ୍କୁ ପୁଣି ୭ ଦିନ ସେଲ୍ଫ ଆଇସୋଲେସନ୍‌ରେ ରହିବାକୁ କୁହାଯିବ । ଯାହାର ପଜିଟିଭ୍ ଆସିବ ତାଙ୍କ ନମୁନାର ଜିନମ ସିକୁଏନ୍ସିଂ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି  ।

ଓମିକ୍ରନ ପ୍ରଥମେ ୧୨ ଦେଶକୁ ବ୍ୟାପିଥିବା ବେଳେ ଗତକାଲି ଏହି ସଂଖ୍ୟା ୧୫ରେ ପହଞ୍ଚିଥିଲା। ହେଲେ ଆଜି ସୁଦ୍ଧା ଏହା ୨୬ଟି ଦେଶକୁ ବ୍ୟାପିଥିବା WHO ପକ୍ଷରୁ କୁହାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେଉଁମାନେ ଏହି ଦେଶରୁ ଆସୁଛନ୍ତି ନେଗେଟିଭ ସାର୍ଟିଫିକେଟ ଧରି ଆସିବେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।  ଯେଉଁମାନେ ବିଦେଶରୁ ଫେରୁଛନ୍ତି, ସେମାନଙ୍କ ଘରେ ସଙ୍ଗରୋଧ ସୁବିଧା ନ ଥିଲେ, ଏହି ଦାୟିତ୍ୱ ଜିଲ୍ଲା ପ୍ରଶାସନ ମୁଣ୍ଡାଇବ । ଏହାବାଦ ପଜିଟିଭି ବାହାରିଲେ କିଛି ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ। ସେମାନେ ଯେପରି ଅନ୍ୟ ପଜିଟିଭ ରୋଗୀଙ୍କଠାରୁ ଅଲଗା ହୋଇ ଚିକିତ୍ସା ହୁଅନ୍ତି ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Also Read  No importance of Special Category Status to Odisha: External Affairs Minister VK Singh