ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ବନାରସ ଷ୍ଟେସନ୍ ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ପାଖାପାଖି ୧ଟା ୧୫ରେ ପ୍ରଧାନମନ୍ତ୍ରୀ ବନାରସ୍ ଷ୍ଟେସନରେ ପହଞ୍ଚିଥିଲେ । ସାଥୀରେ ଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀ କିଛି ସମୟ ଷ୍ଟେସନରେ ରହିଥିଲେ ବୋଲି ଜଣାପଡ଼ିଛି । ଏହି ସମୟରେ ସେ ରେଳ ଷ୍ଟେସନର ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହା ସହ ଷ୍ଟେସନରେ ଥିବା ଦୋକାନୀଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ ।
ରେଳ ଷ୍ଟେସନ୍ ବୁଲିବା ପରେ କିଛି ଫଟୋ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଟ୍ବିଟ ସହ କ୍ୟାପସନରେ ଲେଖାଯାଇଛି ଯେ, ପରବର୍ତ୍ତୀ ଷ୍ଟପେଜ୍ ବନାରସ୍ ଷ୍ଟେସନ୍ । ରେଳ ସଂପର୍କ ବୃଦ୍ଧି କରିବା ସହ ଆଧୁନିକୀକରଣ ଓ ସ୍ୱଚ୍ଛ ଷ୍ଟେସନ୍ ନିର୍ମାଣ ଦିଗରେ କାମ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦୁଇଦିନିଆ ବାରଣାସୀ ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ କାଶୀ ବିଶ୍ବନାଥ ଧାମ କରିଡର୍ ଉଦ୍ଘାଟନ କରିଥିଲେ। ୩୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ପୂରାତନ ଏବଂ ନୂତନର ସଂଗମ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କରିଥିଲେ।