ଚିତରଞ୍ଜନ ମୃତ୍ୟୁ ମାମଲା: ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପିଏସଓଙ୍କୁ ପଚରାଉଚରା

0
439
ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପିଏସଓଙ୍କୁ ପଚରାଉଚରା
ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପିଏସଓଙ୍କୁ ପଚରାଉଚରା

ଭୁବନେଶ୍ବର: ସହଯୋଗୀ ଚିତରଞ୍ଜନ ମୃତ୍ୟୁ ମାମଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ପିଏସ୍ଓଙ୍କୁ ଜେରା ହୋଇଛି। ପୁରୀ ବାସେଳୀସାହି ଥାନାରେ ଛାନଭିନ୍ ବେଳେ ପଚରାଉଚରା କଲା କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ପୁଲିସ ସଂଜୟ ଦାସବର୍ମାଙ୍କ ପିଏସ୍ଓଙ୍କୁ ଜେରା କରିଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ମଧ୍ୟ ପଚରାଉଚରା କରୁଛି ।

ସେପଟେ ଚିତରଞ୍ଜନ ମୃତ୍ୟୁ ମାମଲାକୁ ରହସ୍ୟମୟ କରିପକାଇଛି ଜଣେ ଯୁବତୀଙ୍କ ସଂପୃକ୍ତି । ଚକରପଡ଼ାର ଜଣେ ଯୁବତୀଙ୍କୁ ପୂର୍ବରୁ ପୁଲିସ ପଚରାଉଚରା କରିଥିବା ବେଳେ ଏବେ ତାଙ୍କୁ କ୍ରାଇମବ୍ରାଞ୍ଚ ଡକାଇଥିବା ସୂଚନା ମିଳିଛି । କନକ ନ୍ୟୁଜକୁ ବିଶ୍ୱସ୍ତ ସୂତରୁ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚର ଢାକରାରେ ଏହି ଯୁବତୀ ପୁରୀ ବାସେଳୀସାହି ଥାନାରେ ହାଜର ହୋଇପାରନ୍ତି ।

ତେବେ ପୂରା ମାମଲାରେ ଏହି ଯୁବତୀଙ୍କ ସଂପୃକ୍ତି କଣ ରହିଛି, ତାହା ସବୁଠାରୁ ବଡ଼ ପ୍ରଶ୍ନ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଚକରପଡ଼ାରେ ମାଙ୍କ ସହ ଭଡ଼ା ଘର ନେଇ ରହୁଛନ୍ତି ଯୁବତୀ । ୧୧ ତାରିଖରେ ଭୋଜି କରିବା ପରେ ପରଦିନ ଚିତରଞ୍ଜନ ଓ ତାଙ୍କ ଘନିଷ୍ଠ ବନ୍ଧୁ ଜଗନ୍ନାଥ ଯେଉଁଆଡେ ଯାଉଥିଲେ ତାକୁ ନେଇ ସନ୍ଦେହ ଉପୁଜିଥିଲା । ଦୁର୍ଘଟଣା ଘଟିଥିବା ରାସ୍ତା କୌଣସି ମୁଖ୍ୟ ରାସ୍ତାକୁ ସଂଯୋଗ କରୁନଥିବା ବେଳେ ସେମାନେ କାହିଁକି ଏହି ରାସ୍ତାରେ ଗଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଆଶଙ୍କା କରାଯାଉଛି ସଂପୃକ୍ତ ଯୁବତୀଙ୍କ ଘରକୁ ବାରମ୍ବାର ଯାଉଥିବାରୁ ଘଟଣା ଦିନ ମଧ୍ୟ ଯିବା ପାଇଁ ଚାହୁଁଥିଲେ ।

Also Read  ୩ ଦିନ ପରେ କୁମ୍ଭୀରକୁ କାବୁ କଲା ବନ ବିଭାଗ

LEAVE A REPLY

Please enter your comment!
Please enter your name here