ସହଯୋଗର ହାତ ବଢ଼ାନ୍ତୁ : ଓମିକ୍ରନ୍‌କୁ ଦେବା ମାତ୍‌

0
304
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର : ମାଡ଼ି ଚାଲିଛି ଓମିକ୍ରନ୍‌। ଗତକାଲି ରାଜ୍ୟରେ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଯାଇଛି। ରାଜ୍ୟରେ ଓମିକ୍ରନ୍‌ ପାଦ ଦେଇ ସାରିଥିଲେ ବି ଏ ଯାଏ କାୟା ମେଲାଇ ପାରିନି। ତଥାପି ଏହାକୁ ସହଜ ଭାବରେ ନେବାନି । ଏବେଠୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏଥିନିମନ୍ତେ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସଂକ୍ରମଣ ରୋକିବା ପାଇଁ କମ୍ୟୁନିଟିର ବଡ଼ ଦାୟିତ୍ୱ ରହିଛି । ସମସ୍ତେ ସହଯୋଗର ହାତ ବଢାଇଲେ ସଂକ୍ରମଣକୁ ରୋକି ହେବ । ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ସର୍ଭେଲାନ୍ସ ଜାରି ରହିଛି । ବର୍ତ୍ତମାନ ସ୍ଥିତି ଗମ୍ଭୀର ହୋଇ ନ ଥିଲେ ବି ଏହାକୁ ହାଲକା ଭାବେ ନେବାନି। ଲୋକମାନେ କୋଭିଡ ନିୟମ ମାନି ସଂକ୍ରମଣ ବଢାଇବାକୁ ସୁଯୋଗ ଦିଅନ୍ତୁ ନାହିଁ । ସରକାରଙ୍କ ସହଭାଗିତାରେ ଟ୍ରାକିଙ୍ଗ ଆଉ ଟ୍ରେସିଙ୍ଗ ଜାରି ରହିଛି। ଭବିଷ୍ୟତରେ କିପରି ନ ବଢ଼ିବ ସେ ନେଇ ପଦକ୍ଷେପ ନେବା ବୋଲି ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଦେଶରେ ଓମିକ୍ରମ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର୍‌ କରି ସାରିଥିବା ବେଳେ ସାଧାରଣ ମାର୍ଗଦର୍ଶିକା ଜାରି କରି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ପଜିଟିଭିଟି ରେଟ ୧୦ ପ୍ରତିଶତ ଓ ଅକ୍ସିଜେନ ବେଡ ଯଦି ୪୦ ପ୍ରତିଶତ ଆବଶ୍ୟକ ହେଉଛି ତାହାଲେ କଣ୍ଟେନମେଣ୍ଟ ନିମନ୍ତେ ପଦକ୍ଷେପ ନେବାକୁ ଉକ୍ତ ମାର୍ଗଦର୍ଶିକାରେ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। ଏଥିସହ ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶୀକା ଅନୁଯାୟୀ, ପଦକ୍ଷେପ ନିଆଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ରାଜ୍ୟରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତକାଲି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ସେହିପରି ଆଜି ବି ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ଜଣାଯାଇଛି। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଓମିକ୍ରନ୍ର ମୁକାବିଲା କରାଯିବ ସେ ନେଇ ବୈଠକରେ ଆଲୋଚନା ହେବ ।

Also Read  Drastic decline likely in online registration of farmers for Rabi paddy procurement this year