୨୦୨୧ରେ ପ୍ରତି ମିନିଟ୍‌ରେ ୧୧୫ ଚିକେନ୍‌ ବିରିୟାନୀ ବରାଦ ଦେଇଛନ୍ତି : କେଉଁ ଦେଶରେ ଜାଣନ୍ତୁ ?

0
382
ପ୍ରତି ମିନିଟ୍‌ରେ ୧୧୫ ଚିକେନ୍‌ ବିରିୟାନୀ ବରାଦ ଦେଇଛନ୍ତି
ପ୍ରତି ମିନିଟ୍‌ରେ ୧୧୫ ଚିକେନ୍‌ ବିରିୟାନୀ ବରାଦ ଦେଇଛନ୍ତି

ନୂଆଦିଲ୍ଲୀ: ‘ଚିକେନ୍‌ ବିରିୟାନୀ’ ଭଲ ନା, ‘ପରିବା ବିରିୟାନୀ’ ଭଲ: ଏ ବିଷୟରେ ବିତର୍କ ଚାଲିଥିବା ବେଳେ ‘ସ୍ବିଗି’ର ଷଷ୍ଠ ବାର୍ଷିକ ‘ପରିସଂଖ୍ୟାନ’ ରିପୋର୍ଟ ଦର୍ଶାଇଛି ଯେ, ୨୦୨୧ରେ ଦେଶର ଖାଦ୍ୟରସିକମାନେ ମିନିଟ୍‌କୁ ୧୧୫ଟି ବିରିୟାନୀ ବରାଦ ଦେଇଛନ୍ତି।

ଏହାଛଡ଼ା, ନିରୋଳା ପରିବା ବିରିୟାନୀ ଅପେକ୍ଷା ‘ଚିକେନ୍‌ ବିରିୟାନୀ’ର ବରାଦ ୪.୩ ଗୁଣ ଅଧିକ ଥିବା କଥା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ଚେନ୍ନାଇ, କୋଲ୍‌କାତା, ଲକ୍ଷ୍ନୌ ଏବଂ ହାଇଦ୍ରାବାଦରେ ଚିକେନ୍‌ ବିରିୟାନୀ ସର୍ବାଗ୍ରେ ଥିଲା।

chicken biriyani

୪.୨୫ ଲକ୍ଷରୁ ଅଧିକ ନୂତନ ‘ସ୍ବିଗି’ ବ୍ୟବହାରକାରୀ ସେମାନଙ୍କ ପ୍ରଥମ ଅର୍ଡର୍‌ରେ ‘ଚିକେନ୍‌ ବିରିୟାନୀ’ ବରାଦ କରିଥିଲେ। ବିରିୟାନୀ ପ୍ରତି ଏମିତି ମୋହ ଯେ, କୋଲ୍‌କାତାର ଜଣେ ଯୁବତୀଙ୍କ ଘରକୁ ତାଙ୍କ ପସନ୍ଦର ‘ମଟନ୍‌ ବିରିୟାନୀ’ ଆଣିବା ଲାଗି ଜଣେ ‘ସ୍ବିଗି ଜିନ୍‌’ଙ୍କୁ (ସ୍ବିଗି ଖାଦ୍ୟବାହକ) ୩୯.୩ କିଲୋମିଟର୍‌ ଦୂର ଯିବାକୁ ପଡ଼ିଥିଲା।

samosaଚଳିତ ବର୍ଷର ସବୁଠୁ ଅଧିକ ଖିଆଯାଇଥିବା ଜଳଖିଆ ଥିଲା ଶିଙ୍ଗଡ଼ା। ଶିଙ୍ଗଡ଼ା ପାଇଁ ‘ସ୍ବିଗି’କୁ ମିଳିଥିଲା ୫ ନିୟୁତ ବରାଦ। ଚିକେନ୍‌ ଠାରୁ ଏହି ବରାଦ ପ୍ରାୟ ୬ ଗୁଣରୁ ଅଧିକ। ଏହା ପଛକୁ ଥିଲା, ପାଓଭାଜି। ଏଥିପାଇଁ ‘ସ୍ବିଗି’ ପାଇଥିଲା ୨.୧ ନିୟୁତ ବରାଦ।

Also Read  ବିଧାନସଭାରେ ବିଜେପି ସଦସ୍ୟଙ୍କ ଘଣ୍ଟମାଡ଼, ଶାସକ ଦଳର ଗଙ୍ଗାଜଳ ସିଞ୍ଚନ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ