୧୦ ଦିନ ବନ୍ଦ ରହିବ ଭିତରକନିକା : କେବେଠୁ ଓ କାହିଁକି ଜାଣନ୍ତୁ?

0
757
from-1th august bhitarkanika-national-park-will-open for tourists

ରାଜନଗର : ପ୍ରତିବର୍ଷ ଭଳି ଆସନ୍ତା ବର୍ଷ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଏଥିପାଇଁ ୧୦ ଦିନ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯିବ। ଜାନୁଆରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଭିତରକନିକା ଜାତୀୟ ଉଦ୍ୟାନ ଓ ଏହା ବାହାରେ ଥିବା ନଦୀ,ନାଳ ଗୁଡ଼ିକରେ କୁମ୍ଭୀର ମାନଙ୍କର ଗଣନା କରାଯିବ। ଉଭୟ ଦିନରେ ଓ ରାତିରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ। କୁମ୍ଭୀର ବିଶାରଦ ଡା. ସୁଧାକର କରଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀମାନେ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ।

କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନକୁ କୌଣସି ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ୨୦୨୧ର ଗଣନା ଅନୁସାରେ ଭିତରକନିକାରେ ୧୭୬୮ଟି ବଉଳା କୁମ୍ଭୀର ଅଛନ୍ତି। ଏବେ ଏହି ସଂଖ୍ୟା ବଢ଼ିଥିବ ବୋଲି ଆଶା କରାଯାଉଥିବା ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି।

Also Read  ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ରାଜ୍ୟ କଂଗ୍ରେସ