୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ : ପ୍ରଥମ-ଦ୍ୱିତୀୟ ଡୋଜ ମଧ୍ୟରେ ରହିବ ୨୮ଦିନର ବ୍ୟବଧାନ

0
299
ବିଜୟ ପାଣିଗ୍ରାହୀ
ବିଜୟ ପାଣିଗ୍ରାହୀ

ଭୁବନେଶ୍ବର: ୨୦୦୭ ମସିହା ଜାନୁଆରି ୧ ତାରିଖ ପୂର୍ବରୁ ଯେଉଁ ୧୫ରୁ ୧୮ ବର୍ଷ ପିଲାମାନଙ୍କ ଜନ୍ମ ହୋଇଥିବ ସେହିମାନେ ଟିକା ନେବା ଲାଗି ଯୋଗ୍ୟ ହେବେ। କିଶୋରଙ୍କ ଟିକା କ୍ଷେତ୍ରରେ ପ୍ରଥମ ଡୋଜରୁ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ୨୮ ଦିନ ରହିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଟିକା ନେବା ପାଇଁ ଅନଲାଇନ ଓ ଅନସାଇଟ ପଞ୍ଜିକରଣ କରିପାରିବ। ଟିକାକରଣ ପାଇଁ ଦୁଇ ପ୍ରକାରର ବ୍ୟବସ୍ଥା କରାଯିବ। ପରିସ୍ଥିତି ଅନୁଯାୟୀ କିଶୋରଙ୍କ ଟିକାକରଣ ଲାଗି ସ୍ଥାନ ବଛାଯିବ। ଯେଉଁଠି ସୁବିଧା ହେବ କିଶୋରଙ୍କ ଟିକା ଅଲଗା କରାଯିବ, ନ ହେଲେ ଯେଉଁ ସ୍ଥାନରେ ବର୍ତ୍ତମାନ ଟିକାକରଣ ଚାଲିଛି, ସେହିଠାରେ ଅଲଗା ଲାଇନ କରି ଟିକା ଦିଆଯିବ।

ବରିଷ୍ଠ ନାଗରିକମାନଙ୍କୁ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି। ତେବେ ବରିଷ୍ଠ ନାଗରିକମାନେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରି ପ୍ରିକ୍ୟୁସନ ଡୋଜ ନେବାକୁ ଆସିବେ। ଯଦି ସେମାନଙ୍କୁ ଡାକ୍ତର ପ୍ରିକ୍ୟୁସନ ଡୋଜ ନେବାକୁ କହିଥିବେ, ତାହାଲେ ସେମାନଙ୍କୁ ପ୍ରିକ୍ୟୁସନ ଡୋଜ ଦିଆଯିବ। ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଦ୍ୱିତୀୟ ଡୋଜର ୯ ମାସ ପରେ ପ୍ରିକ୍ୟୁସନ ଡୋଜ ଦିଆଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

Also Read  ୨ ତାରିଖ ଯାଏଁ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି