ରାଜ୍ୟରେ ପୁଣି ଚିହ୍ନଟ ହେଲେ ଓମିକ୍ରନ ଆକ୍ରାନ୍ତ : ୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

0
280
ଓମିକ୍ରନ୍‌ ପ୍ରଜାତି
ଓମିକ୍ରନ୍‌ ପ୍ରଜାତି

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ ରେ ପହଞ୍ଚିଛି । ନୂଆ ଚିହ୍ନଟ ଓମିକ୍ରନ ଆକ୍ରାନ୍ତ ଜଣକ ୟୁଏଇରୁ ଫେରିଥିଲେ। ତାଙ୍କର ବୟସ ୩୧ ବର୍ଷ ହୋଇଥିବାବେଳେ ଘର କେନ୍ଦୁଝର ବୋଲି ଜଣାପଡିଛି | ଓମିକ୍ରନ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଆକ୍ରାନ୍ତ ଜଣକ ଦୁବାଇରୁ କୋଲକାତା ବିମାନରେ ଆସିବା ପରେ ସେଠାରୁ ଟ୍ରେନରେ କେନ୍ଦୁଝରର ବଡ଼ବିଲ ଆସିଛନ୍ତି । ସେ ରାମକୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ଆସିଲାବେଳେ ନେଗେଟିଭ ଥିଲେ । ଘରେ ପହଞ୍ଚିବାର ଦିନକ ପରେ ତାଙ୍କୁ ଜ୍ୱର ଆସିଥିଲା । ସେ କୋଭିଡ ଟେଷ୍ଟ କରିଥିଲେ ଓ ପରେ ଜିନୋମ ସ୍ୱିକେସିଂଙ୍ଗ ପରେ ଓମିକ୍ରନ ଚିହ୍ନଟ ବୋଲି ଜଣାପଡିଛନ୍ତି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୯୨ଟି ଲୋକାଲ୍ କେସ୍‌। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ୧୮ ବର୍ଷରୁ କମ୍ ବର୍ଗର। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୭୮୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ୨୩୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରେ ୧୬୭, ଗୁଜରାଟରେ ୭୩, କେରଳରେ ୬୫ ଓ ତେଲେଙ୍ଗାନାରେ ୬୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Also Read  Major fire breaks out in Puri tourist bus