ନାବାଳିକାଙ୍କୁ ଗଣଦୁଷ୍କର୍ମ : ୪ ଅଭିଯୁକ୍ତ ଗିରଫ

0
618
ନାବାଳିକାଙ୍କୁ ଗଣଦୁର୍ଷ୍କମ
ନାବାଳିକାଙ୍କୁ ଗଣଦୁର୍ଷ୍କମ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଇଲାକାର ଜଣେ ଅନୁସୂଚିତ ଜାତି ନାବାଳିକା (୧୬)ଙ୍କୁ ଘରୁ ଟେକିନେଇ ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ସଂପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ଶ୍ରୀଧର ଜେନା, ମନୋଜ ଜେନା, ପାଣ୍ଡା ଜେନା ଓ ସୁବ୍ରତ ଗୌଡ଼।

ନାବାଳିକାଙ୍କ ବାପା ସୁରତରେ ଦାଦନ ଖଟୁଥିବା ବେଳେ ସେ ତାଙ୍କ ମା’ଙ୍କ ସହ ରହୁଥିଲେ। ଗତ ୧୨ ତାରିଖ ରାତି ପ୍ରାୟ ୯ଟାରେ ନାବାଳିକାଜଣକ ବାରିପଟ ଘରେ ବାପାଙ୍କ ସହ ‌ମୋବାଇଲ୍‌ରେ କଥା ହେଉଥିଲେ। ଏହି ସମୟରେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ତାଙ୍କ ମୁହଁରେ ଗାମୁଛା ବାନ୍ଧି ଉଠାଇନେବା ପରେ ଶାଗୁଆନ୍ ବଗିଚାରେ ଗଣଦୁଷ୍କର୍ମ କରିଥିଲେ। ୧୩ ତାରିଖ ସକାଳେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୨ ଘଣ୍ଟା ପରେ ଚେତା ଫେରିଥିବା ବେଳେ ନାବାଳିକାଜଣକ ଘଟଣା ବିଷୟରେ ସବୁ ବର୍ଣ୍ଣନା କରିଥିଲେ।

ଅନ୍ୟପକ୍ଷରେ ତାଙ୍କ ବାପା ଖବର ପାଇ ସୁରତରୁ ଆସିବା ପରେ ଗତ ୨୩ ତାରିଖରେ ବୁଗୁଡ଼ା ଥାନାରେ ଏତଲା ଦେଇଥିଲେ। ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଏଏସ୍‌ପି ବିଜୟ ମଲ୍ଲିକ ତଦନ୍ତ କରିଥିଲେ। ପୁଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାରଉଚରା କରିବା ପରେ ସେମାନେ ଦୋଷ ସ୍ବୀକାର କରିଛନ୍ତି।

ସେପଟେ ପୀଡ଼ିତାଙ୍କ ଡାକ୍ତରୀମାଇନା ହୋଇଥିଲା। ଆଜି ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ‌ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି। ଏନେଇ କେସ୍ ନମ୍ବର ୬୮୩ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ଉଚିତ ନ୍ୟାୟ ଓ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଖଦାଳ ସମାଜ ବୁଗୁଡ଼ା ମୁଠା ସଭାପତି ବୈରାଗୀ ନାୟକ ଦାବି କରିଛନ୍ତି।

Also Read  ଭାରତନାଟ୍ୟମ୍‌ର ମୁସଲମାନ କଳାକାରଙ୍କୁ ମନ୍ଦିରରେ ନୃତ୍ୟ ପରିବେଷଣ କରିବା ଉପରେ ରୋକ୍‌