ରାଜ୍ୟରେ ସାଢ଼େ ୩ ହଜାର ଟପିଲା କରୋନା : ଖୋର୍ଦ୍ଧାରେ ସଂକ୍ରମଣ ହଜାରେ ପାର

0
625
କମିଲା କରୋନା
କମିଲା କରୋନା

ଭୁବନେଶ୍ୱର: ରାଜ୍ୟରେ କିଛି ମାସର ବ୍ୟବଧାନ ପରେ ଆଜି ସଂକ୍ରମଣ ମାମଲା ତିନି ହଜାର ପାର  । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨୧୪୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୧୫୩୧। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଜଣ ଅଛନ୍ତି। ସେପଟେ ଖୋର୍ଦ୍ଧାରେ ହଜାରେ ଟପିଛି ଦୈନିକ ସଂକ୍ରମଣ ସଂଖ୍ୟା ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୮୨, ସମ୍ବଲପୁରରୁ ୩୭୨, କଟକରୁ ୩୧୦, ଷ୍ଟେଟ୍ ପୁଲରୁ ୨୮୯, ଝାରସୁଗୁଡ଼ାରୁ ୧୩୪, ପୁରୀରୁ ୧୦୦,ମୟୂରଭଞ୍ଜରୁ ୮୦, ଯାଜପୁରରୁ ୭୮, ଅନୁଗୋଳ ୫୫ରୁ, ବରଗଡ଼ରୁ ୪୮, କେନ୍ଦୁଝର ଓ ନବରଙ୍ଗପୁରରୁ ୪୪ ଲେଖାଏଁ ଓ ଗଞ୍ଜାମରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ବାଲେଶ୍ୱର ୧୪, ଭଦ୍ରକ ୧୮, ବଲାଙ୍ଗିର ୩୫, ବୌଦ୍ଧ ୨, ଦେବଗଡ଼ ୨୦, ଢେଙ୍କାନାଳ ୫, ଗଜପତି ୧୫, ଜଗତସିଂହପୁର ୧୭,କଳାହାଣ୍ଡି ୧୩, କନ୍ଧମାଳ ୬,କେନ୍ଦ୍ରାପଡ଼ା ୧୦, କୋରାପୁଟ ୩୬,ନୟାଗଡ଼ ୧୦, ନୂଆପଡ଼ା ୨୩, ରାୟଗଡ଼ା୨୧ ଓ ସୋନପୁରରୁ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫ ପହଞ୍ଚିଥିବା ବେଳେ ୧୦,୪୫,୯୭୧ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ରାଜ୍ୟରେ ଆକ୍ଟିଭ କେସ୍‌ ରହିଛି ୧୧୬୬୩।

Also Read  No VISAs issued to Indian IT Pros from Singapore since Jan 2016