ଜିଲ୍ଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ : ୧୫ ଜିଲ୍ଲାରେ ମହିଳା ସଭାପତି ପଦରେ ବସିବେ

0
195
Odisha SEC Revises Expenditure Limit Ahead Of Urban Poll
Odisha SEC Revises Expenditure Limit Ahead Of Urban Poll

ଭୁବନେଶ୍ୱର: ଆସିଲା ଜିଲ୍ଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା । କେବଳ ମହିଳାଙ୍କ ପାଇଁ ୮ଟି ଜିଲ୍ଲା ସଂରକ୍ଷିତ ଥିବା ବେଳେ ୫୦ ପ୍ରତିଶତ ଅର୍ଥାତ ୧୫ଟି ଜିଲ୍ଲାରେ ମହିଳାମାନେ ସଭାପତି ପଦରେ ବସିବେ । ୧୦ଟି ଜିଲ୍ଲାରେ ଅଣସଂରକ୍ଷିତ ରହିଛି ଆସନ । ୭ଟି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷିତ ରହିଛି ।

ପୂର୍ବରୁ ସଂରକ୍ଷଣ ତାଲିକାରୁ ପଛୁଆ ଜାତି ସଂରକ୍ଷଣ ହଟିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ  । ଏହା ପରେ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ବାଦ ଦିଆଯାଉଥିଲା। ଏହାପରେ ପଞ୍ଚାୟତି ନିର୍ବାଚନ ତାଲିକାରୁ ଓବିସି ସଂରକ୍ଷଣ ତାଲିକାକୁ ବାଦ ଦିଆଯାଇଥିଲା  । ଜାନୁଆରୀ ୭ ତାରିଖରେ ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ତାଲିକା ପ୍ରକାଶ ପାଇଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ଆସନକୁ ନେଇ ମଧ୍ୟ ଚୂଡ଼ାନ୍ତ ନିଷତ୍ତି ପ୍ରକାଶ ପାଇଛି।

କେନ୍ଦ୍ରାପଡ଼ା, ବୌଦ୍ଧ ଓ ଯାଜପୁରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ଥିବା ବେଳେ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼, ବାଲେଶ୍ବର ଓ ସୋନପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଛି ।

କୋଭିଡ୍ ସମୟରେ କିଭଳି ହେବ ନିର୍ବାଚନ, କିଭଳି ହେବ ପ୍ରଚାର ଏବଂ ଯଦି ନିର୍ବାଚନ ହୁଏ, ତେବେ ଗାଇଡଲାଇନ୍‌ରେ କ’ଣ ସବୁ ବ୍ୟବସ୍ଥା ରହିବ, ସେନେଇ ବିସ୍ତୃତ ଭାବେ ରାଜ୍ୟ ନିର୍ବାଚନ କମିଶନ ଆଲୋଚନା କରିବେ । ବିଭିନ୍ନ ରାଜନୈତିକ ଦଳ କୋଭିଡ୍ ସମୟରେ ନିର୍ବାଚନ ନକରିବା ଉପରେ ମତ ରଖିଛନ୍ତି । ଇତି ମଧ୍ୟରେ ଗତ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୨ ଜାରି ହୋଇଛି । ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ରାଜ୍ୟରେ ମୋଟ ୩ କୋଟି ୨୯ଲକ୍ଷ ୮୩ହଜାର ୬୪୩ଜଣ ଭୋଟର ଥିବାବେଳେ ସେଥିରେ ୧କୋଟି ୬୭ଲକ୍ଷ ୯୬ହଜାର ୬୦୩ଜଣ ପୁରୁଷ, ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ଜଣ ମହିଳା ଭୋଟର ଓ ୩୦୨୫ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।

Also Read  ରାଜ୍ୟର ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ଆସନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

LEAVE A REPLY

Please enter your comment!
Please enter your name here