ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି ମହାମାରୀ କରୋନା । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୭୦୭୧ ପଜିଟିଭ୍ । ଏମାନଙ୍କ ମଧ୍ୟରୁ ୪୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୯୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୦୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨୬ ଜଣ ଆକ୍ରାନ୍ତ ।
ଅସମ୍ଭାଳ ହେବାରେ ଲାଗିଛି ସ୍ଥିତି। ବେକାକୁ ହେଉଛି କରୋନା। ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ମାମଲା ସୁ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି । କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୪୭ ଚିହ୍ନଟ ହୋଇଛନ୍ତି । ସମ୍ୱଲପୁରରୁ ୬୦୯ ଜଣ, ବାଲେଶ୍ୱରରୁ ୧୯୮ଜଣ, ବଲାଙ୍ଗୀରରୁ ଜଣ ୧୯୦ ଓ ପୁରୀରୁ ୧୫୬ ଜଣ ଚିହ୍ନଟ ହୋଇଛନ୍ତି ।
ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୮୫, ଭଦ୍ରକରୁ ୫୪, ବୌଦ୍ଧରୁ ୨୦, କଟକରୁ ୫୦୫, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୫୫, ଗଜପତିରୁ ୪୫, ଗଞ୍ଜାମରୁ ୧୧୧, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୩୦, ଝାରସୁଗୁଡ଼ାରୁ ୧୪୩ ଚିହ୍ନଟ ହୋଇଛନ୍ତି।
ସେହିପରି କଳାହାଣ୍ଡିରୁ ୭୩, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୨୭, କେନ୍ଦୁଝରରୁ ୬୫, କୋରାପୁଟରୁ ୧୦୭, ମାଲକାନଗିରିରୁ ୬, ମୟୂରଭଞ୍ଜରୁ ୨୦୧, ନବରଙ୍ଗପୁରରୁ ୯୫, ନୟାଗଡ଼ରୁ ୩୫, ନୂଆଗଡ଼ାରୁ ୨୬, ରାୟଗଡ଼ାରୁ ୩୬, ସୋନପୁରରୁ ୬୧ ଓ ଷ୍ଟେଲପୁଲରୁ ୪୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୮୨,୭୬୯ରେ ପହଞ୍ଚିଥିବା ବେଳେ ୧୦,୪୭,୦୩୧ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବାଦ ରାଜ୍ୟରେ ୨୭,୨୧୬ ଆକ୍ଟିଭ କେସ୍ ରହିଛି। ଏଥିସହ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ଜିଲ୍ଲାର ଜଣେ ୫୫ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୪୬୯କୁ ବୃଦ୍ଧି ପାଇଛି।