ପୁଅ ହେବ ତ ଏମିତି : ମା’କୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡ଼ିଲା

0
552
ମା’କୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡ଼ିଲା
ମା’କୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡ଼ିଲା

ନୂଆପଡ଼ା : ମା’ ଋଣ ସାତ ଜନ୍ମରେ ବି ଶୁଝିବା ଅସମ୍ଭବ । ସବୁବେଳେ ନିଜ ଛୁଆର ମଙ୍ଗଳ ମନାସୁଥିବା ମା’ ମୃତ୍ୟୁମୁଖରେ ପଡ଼ୁଥିବା ଦେଖି ସମ୍ଭାଳି ପାରିଲାନି ପୁଅ। ଆଖି ପିଛୁଳାକେ ନିଜେ ବି ଡେଇଁପଡ଼ିଥିଲେ। ଶେଷରେ ମୃତ୍ୟୁ ଫାଶରୁ ମା’କୁ ଧରି ସୁରକ୍ଷିତ ଭାବେ ବାହାରି ଆସିଛନ୍ତି ନୂଆପଡା ଜିଲ୍ଲା କୋମନା ବଙ୍ଗଲାପଡାର ସତ୍ୟନାରାୟଣ ପାଣିଗ୍ରାହୀ । ଏପରି ଘଟଣା ପରେ ସତ୍ୟନାରାୟଣଙ୍କୁ ସମସ୍ତେ ସାଧୁବାଦ ଜଣାଉଥିବା ବେଳେ ପୁଅ ହେବତ ଏପରି ବୋଲି ବି କହିବାକୁ ପଛାଉ ନାହାନ୍ତି।

ସୂଚନା ଅନୁଯାୟୀ,  ଆଜି ସକାଳେ କୋମନା ବଙ୍ଗଲାପଡାର ୬୬ ବର୍ଷ ବୟସ୍କା ଶଶିପ୍ରଭା ପାଣିଗ୍ରାହୀ ନିଜ କୂଅ ଚାନ୍ଦିନୀରେ ବସିଥିଲେ । ମାତ୍ର ଅସାବଧାନତା ହେତୁ ସେ ହଠାତ୍ କୂଅରେ ପଡି ଯାଇ ଥିଲେ । ଏହା ତାଙ୍କ ପୁଅ ସତ୍ୟନାରାୟଣ ଦେଖିଥିଲେ। ଫଳରେ ମା’ଙ୍କୁ ରକ୍ଷା କରିବାକୁ ସେ ବି ୨୦ ଫୁଟ୍ ଗଭୀର କୂଅକୁ ଡେଇଁ ପଡ଼ିଲେ। ଉଭୟ ପ୍ରାୟ ଅଧ ଘଣ୍ଟା କାଳ ରହିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିବା ପରେ ବିଫଳ ହୋଇଥିଲେ। ଏହାପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି ।

Also Read  Wild Cat Caught on Camera Near Bhubaneswar Airport