ରାଜ୍ୟରେ ୭ ସଂକ୍ରମିତଙ୍କ ମୃତ୍ୟୁ : ଜଣେ ୧୦ ବର୍ଷିୟ ବାଳକଙ୍କ ମୃତ୍ୟୁ

0
407
ଖସିଲା ଦୈନିକ ସଂକ୍ରମଣ
ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି ପାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ୫ ଜଣ ପୁରୁଷ ଅଛନ୍ତି। ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ଭିତରେ ଜଣେ ୮୮ ବର୍ଷିୟ ପୁରୁଷ ଓ ଜଣେ ୫୧ ବର୍ଷୀୟା ମହିଳା ଅଛନ୍ତି। ଅନ୍ୟ ଜଣେ ୭୨ ବର୍ଷିୟ ପୁରୁଷ ଅଛନ୍ତି ଯିଏ କି ରାଜଧାନୀ ଭୁବନେଶ୍ବରର ବାସିନ୍ଦା। ଏହାଛଡ଼ା କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୧୦ ବର୍ଷିୟ ବାଳକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ଢେଙ୍କାନାଳ ଜିଲ୍ଲାର ୫୪ ବର୍ଷୀୟା ମହିଳା ଅଛନ୍ତି। ସେହିପରି ଯାଜପୁର ଜିଲ୍ଲାର ଜଣେ ଜଣେ ୬୨ ବର୍ଷିୟ ପୁରୁଷ ଓ ଝାରସୁଗୁଡ଼ା ଜିଲ୍ଲାର ଜଣେ ୬୦ ବର୍ଷିୟ ପୁରୁଷ ସଂକ୍ରମିତ ପ୍ରାଣ ହରାଇଛନ୍ତି।

Also Read  ଏମଡିଏମ ସ୍କିମରେ ଘୋଟାଲା ? ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି