୫୭ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ୍‌ର ନୂଆ ଭ୍ୟାରିଆଣ୍ଟ BA.2

0
336
ଓମିକ୍ରନ୍‌ ପ୍ରଜାତି
ଓମିକ୍ରନ୍‌ ପ୍ରଜାତି

ନୂଆଦିଲ୍ଲୀ: ବିଶ୍ୱର ପିଛା ଛାଡ଼ୁନି କରୋନା ଭାଇରସ୍‌। ଗୋଟିଏ ପ୍ରଜାତି ଗଲେ ଆଉ ଗୋଟିଏ ଆସୁଛି। କରୋନାର ସଦ୍ୟ ଭ୍ୟାରିଆଣ୍ଟ ଓମିକ୍ରନ୍‌ର ଆତଙ୍କ ଥମି ଆସୁଥିବା ବେଳେ ଏବେ ଆଉ ଏକ ଭ୍ୟାରିଆଣ୍ଟ ମୁଣ୍ଡଟେକିଲାଣି। ଓମିକ୍ରନ୍‌ର ଏହି ନୂଆ ଭ୍ୟାରିଆଣ୍ଟ ବିଏ-୨ ଆହୁରୀ ବିପଜନ୍ନକ ବୋଲି କୁହାଯାଉଛି। ଓମିକ୍ରନ୍‌ର ସବ୍‌ ଭ୍ୟାରିଆଣ୍ଟ କୁହାଯାଉଥିବା ବିଏ-୨ ଏବେ ୫୭ଟି ଦେଶରେ ଠାବ କରାଯାଇଥିବା  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୃଏଚଓ) ପକ୍ଷରୁ କୁହାଯାଇଛି। ଦକ୍ଷିଣ ଆଫ୍ରୟିକାରୁ ୧୦ ସପ୍ତାହ ପୂର୍ବେ ଠାବ ହୋଇଥିବା ଓମିକ୍ରନ୍ ଭ୍ୟାରିଆଣ୍ଟ ସବୁଠାରୁ ଦ୍ରୁତତମ ସଂକ୍ରମାକ ଭାବେ ବିପଦ ସୃଷ୍ଟି କରିଥିଲା।

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ୍ ପକ୍ଷରୁ ସାପ୍ତାହିକ ଏପିଡେମୋଲୋଜିକାଲ୍ ଅପଡେଟ୍ ଆସିଛି।  ସେଥିରେ ଗତ ମାସରେ ସଂଗୃହୀତ ସମସ୍ତ କରୋନାଭାଇରସ୍ ନମୁନାରେ ଆଗକୁ ଆହୁରୀ ଭ୍ୟାରିଆଣ୍ଟ ସମ୍ଭାବନା ଥିବା କୁହାଯାଇଛି। ତେଣୁ ଭାଇରସର ଏକାଧିକ ଭର୍ସନ ତଥା BA.1, BA.1.1, BA.2 ଏବଂ  BA.3. ଆସିବା ନେଇ ଜଣାପଡ଼ିଛି। ଏବେ BA.1 ଏବଂ BA.1.1 ଭର୍ସନ ଚିହ୍ନଟ କରାଯାଇଛି। ତବେ BA.2  ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ଅଗ୍ରସର ହେଉଥିବା ବିଶ୍ୱସ୍ଥ୍ୟାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ନିକଟରରେ ମଧ୍ୟପ୍ରଦେଶର ଇନ୍ଦୋରରେ ଓମିକ୍ରନର ଉପ ଭେରିଏଣ୍ଟ ବିଏ-୨ ଦେଖିବାକୁ ମିଳିଛି। ଏହା ଦ୍ଵାରା ଭୋପାଳରେ ୧୬ ଜଣ ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍, ଅଷ୍ଟ୍ରେଲିଆ ଓ ଡେନମାର୍କ ଦେଶରେ ବିଏ-୨ର ମାମଲା ସାମନାକୁ ଆସିଛି । ଏହି ଭେରିଏଣ୍ଟ ଓମିକ୍ରନ୍ ପରି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଚିହ୍ନଟ କରି ନପାରିଲେ ଏହାର ସଂକ୍ରମଣକୁ ରୋକିବା ଚ୍ୟାଲେଞ୍ଜିଂ ହଂଥଇପଡ଼ିବ। ସବୁଠୁ ବଡ କଥା ହେଲା ଟେଷ୍ଟ କିଟ୍ ରେ ବି ଏହା ଧରା ପଡୁନାହିଁ । ତେଣୁ ଏହାକୁ ‘ଷ୍ଟେଲଥ୍‌‘ ଅର୍ଥାତ୍ ଲୁଚି ରହିଥିବା ଭେରିଏଣ୍ଚ (ପ୍ରକାର)କୁହାଯାଉଛି । ଏହି ନୂତନ ଭେରିଏଣ୍ଟର ମାମଲା ପ୍ରଥମେ କେଉଁଠି ଦେଖା ଦେଇଥିଲା ତାହା ଜଣା ପଡିନାହିଁ । ବ୍ରିଟେନ ସ୍ଵାସ୍ଥ୍ୟ ସୁରକ୍ଷା ସଂସ୍ଥା ଅନୁସାରେ ବ୍ରିଟେନରେ ପ୍ରଥମ ଥର ପାଇଁ ୬ ଡିସେମ୍ବର ୨୦୨୧ରେ ‘ଷ୍ଟେଲ୍ଥ‘ ଭେରିଏଣ୍ଟ ବିଷୟରେ ଜଣା ପଡିଥିଲା ।  କରୋନାର ଏହି ନୂଆ ଭେରିଏଣ୍ଟ ଓମିକ୍ରନ ପରି ଅଟେ । ଓମିକ୍ରନ ପରି ଏହାକୁ ଜେନେଟିକ୍ ସିକ୍ଵେନ୍ସିଂ ଦ୍ଵାରା ଚିହ୍ନଟ କରାଯାଇ ପାରିବ ।

Also Read  Solo show by Bangladeshi artist opens in Delhi gallery