ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମଣ

0
369
more 403-new covid-positives-cases identified in odisha today

ଭୁବନେଶ୍ୱର : ରାଜ୍ୟରେ ହଜାରେ ତଳକୁ ଖସିଲା ଖସିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୦୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ହେଉଛି ୩୫୬ । ଏହାବାଦ ୧୮ ବର୍ଷ ମଧ୍ୟରେ ୧୭୨ ପଜିଟିଭ ଚିହ୍ନଟ ହୋଇଥିଲେ।

ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୭୧, କଟକରୁ ୬୫, ସୁନ୍ଦରଗଡ଼ରୁ ୬୨, ଅନୁଗୋଳରୁ ୪୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦ ବାଲେଶ୍ୱରରୁ ୨୧, ବରଗଡ଼ରୁ ୨୧, ଭଦ୍ରକରୁ ୧୨, ବଲାଙ୍ଗିରରୁ ୯, ବୌଦ୍ଧରୁ ୨୦, ଦେବଗଡ଼ରୁ ୯, ଢେଙ୍କାନାଳରୁ ୯, ଗଜପତିରୁ ୩୯, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୫, ଯାଜପୁରରୁ ୪୫, ଝାରସୁଗୁଡ଼ାରୁ ୨୪, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କେନ୍ଦ୍ରାପଡ଼ାରୁ ୨୫, କେନ୍ଦୁଝରରୁ ୧୬, , ମାଲକାନଗିରିରୁ ୧୨, ମୟୂରଭଞ୍ଜରୁ ୩୪, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୧୩, ପୁରୀରୁ ୧୬, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୩୫, ସୋନପୁରରୁ ୧୮, ଓ ଷ୍ଟେଟପୁଲ୍‌ରୁ ୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୧୨,୭୮,୧୨୧ ଥିବା ବେଳେ ୧୨,୫୭,୮୪୦ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବାଦ ରାଜ୍ୟରେ ଆକ୍ଟିଭ କେସ୍‌ ହେଉଛି ୧୧,୩୨୪ ।

Also Read  Ex-director of Air Odisha Aviation Pvt Ltd (AOAPL), Santosh Pani in Police custody in Odisha capital