ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଦାରଖ ପାଇଁ ୮ ଜଣିଆ ଗୃହ କମିଟି ଗଠିତ

0
475
8-members shreemandir-parikrama-committee-formed

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ଗୃହ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ଏହି ଗୃହ କମିଟି ସମ୍ପର୍କରେ ଘୋଷଣା ହୋଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୮ ଜଣିଆ କମିଟି । ଏହି କମିଟି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ । କମିଟିରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରତାପ ଜେନା ରହିଛନ୍ତି । ଏହା ସହିତ କିମିଟିରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଏବଂ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ରହିଛନ୍ତି ।ର ମହାପାତ୍ର, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଏବଂ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ରହିଛନ୍ତି ।

Also Read  ଭାରସାମ୍ୟ ହରାଇ ଫ୍ଲାଏ ଓଭର ତଳକୁ ଖସିଲା କାର୍: ଚାଳକ ଆହତ