ରାଜ୍ୟରେ ପୁଣି ବର୍ଷା : ବଢ଼ିବ ତାପମାତ୍ରା, କମିବ ଶୀତ

0
220
ରାଜ୍ୟରେ ହେବ ବର୍ଷା
ରାଜ୍ୟରେ ହେବ ବର୍ଷା

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୫ ଡିଗ୍ରୀ କମ୍‌ ରହିଛି।  ଆସନ୍ତା ୧୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ହୋଇପାରେ । ରାଜ୍ୟର ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସଙ୍କ କହିବାନୁଯାୟୀ, ପୁଣି ରାଜ୍ୟକୁ ଭିଜାଇବ ବର୍ଷା । ଗତ ଦୁଇଦିନ ହେଲା ତାପମାତ୍ରା କମିଥିବାବେଳେ ଆଜିଠୁ ପାଗରେ ପରିବର୍ତ୍ତନ ଆସିବ । ତାପମାତ୍ରା ବଢିବା ସହିତ ଶୀତ କମିବ । ସ୍ବାଭାବିକ ଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରାରେ ବୃଦ୍ଧି ହେବ । ଆସନ୍ତାକାଲିଠୁ ରାଜ୍ୟକୁ ଭିଜାଇବ ପଶ୍ଚିମାଝଡ଼ । ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ କୁଆପଥର ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ଫୁଲବାଣୀରେ ଆଜି ସକାଳେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଥିଲା । ଏହାବାଦ ବହୁ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଦାରିଙ୍ଗିବାଡ଼ିରେ ୭.୫ଡିଗ୍ରୀ, ସୋନପୁରର ୮.୮, ଝାରସୁଗୁଡ଼ାରେ ୯.୮, ଭବାନୀପାଟଣାରେ ୯.୯ ଥିଲା।  ୨୪ ଘଣ୍ଟା ପରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଜଣାଯାଇଛି। ଏହାବାଦ ଅନୁଗୁଳରେ ୧୧ଡିଗ୍ରୀ, ବଲାଙ୍ଗୀରରେ ୧୧.୩, ସମ୍ବଲପୁରରେ ୧୧.୫, ହୀରାକୁଦରେ ୧୧.୫ ଓ ବାରିପଦାରେ ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୧୮ ତାରିଖରେ  କାଁ ଭାଁ କେଉଁଠି ବର୍ଷା ହେବା ସହ ଅନ୍ୟ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି କହିଛି ପାଣିପାଗ ବିଭାଗ ।

Also Read  ସମୀରଙ୍କୁ ଆଉ ଏକ ଝଟ୍‌କା, ରଦ୍ଦ ହେଲା ଲାଇସେନ୍ସ

LEAVE A REPLY

Please enter your comment!
Please enter your name here