ଏଣିକି ଛୋଟ ପିଲାଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ

0
551

ନୂଆଦିଲ୍ଲୀ : ଚାରି ବର୍ଷରୁ କମ ବୟସ୍କ ପିଲା ବି ହେଲମେଟ ପିନ୍ଧିବେ । କେବଳ ହେଲମେଟ ନୁହେଁ କାରରେ ବି ସିଟ ବେଲ୍ଟ ବାନ୍ଧିବେ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ବାଇକ୍‌ରେ ବସିଥିବା ପିଲାଙ୍କ ପାଇଁ ସେଫ୍ଟି ହାର୍ନେସ୍‌ ଜରୁରୀ। ଏଥିସହ ପିଲାଙ୍କୁ କ୍ରଶ୍‌ ହେଲ୍‌ମିଟି ପିନ୍ଧାଇବାକୁ ବାଧ୍ୟ। ସେହିପରି ବାଇକ୍‌ରେ ପିଲାଙ୍କୁ ବସି ଗାଡି ଚଳାଇବା ବେଳେ ଗାଡିର ସ୍ପିଡ୍‌ ଘଣ୍ଟା ପ୍ରତି ୪୦ରୁ ଅଧିକ ରହିବା ଉଚିତ ନୁହେଁ। ଏହି ନୂଆ ନିୟମ ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ରୁ ଲାଗୁ ହେବ।

ନିୟମ ଅନୁଯାୟୀ ବାଇକରେ ୯ ମାସରୁ ୪ ବର୍ଷ ଯାଏଁ ପିଲାଙ୍କୁ ବସାଇ ଚଲାଇବା ବେଳେ ସେଫ୍ଟି ବେଲ୍ଟ ଲଗାଇବା ଜରୁରୀ। ପଛରେ ବସିଥିବା ପିଲାଙ୍କୁ କ୍ରସ୍‌ ହେଲମେଟ୍‌ ମଧ୍ୟ ପିନ୍ଧାଇବାକୁ ପଡିବ। ସେଫ୍ଟି ବେଲ୍ଟି ୩୦ କିଲୋ ଯାଏ ଓଜନ ସମ୍ଭାଳି ପାରୁଥିବା ଉଚିତ। ଏଥିସହ ଏହା ନାଇଲନ୍‌ ତଥା ପର୍ଯ୍ୟାପ୍ତ କୁଶନିଂ ଯୁକ୍ତ ଫମ୍‌ ଓ ନରମଦାୟକ ହେବ ସହ ମଲ୍ଟିଫିଲମେଣ୍ଟରେ ତିଆରି ହେବା ଉଚିତ। ବେଲ୍ଟଟି ପୂରାପୁରି ୱାଟ୍‌ପ୍ରୁଫ ମଧ୍ୟ ଥିବା ଉଚିତ। ଏହି ସେପ୍ଟି ବେଲ୍ଟଟି ଏକ ପ୍ରକାରର ସେଫ୍ଟି ଜ୍ୟାକେଟ୍‌ ଭଳି ହୋଇଥାଏ।

ସୂଚନା ମୁତାବକ, ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବର ମାସରେ ମନ୍ତ୍ରାଳୟ ଏକ ଡ୍ରାଫ୍ଟ ନୋଟିଫକେସନ ଜାରି କରି ନିୟମରେ କିଛି ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଆଗକୁ ଆଉ ଏକ ନୂଆ ନିୟମ ମଧ୍ୟ ତିଆରି ହେବ, ଯାହା ଭାରି ମାଲ ପରିବହନ କରୁଥିବା ଯାନ ଉପରେ ଲାଗୁ ହେବ ବୋଲି ସୂଚନା ମିଳିଛି। ଭାରି ଯାନ ଗୁଡିକରେ ଟ୍ରାକି ସିଷ୍ଟମ ଲଗାଇବା ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।

Also Read  Seats reserved for poor students in educational institutions to be filled up in Bihar