ଲୁଟର ନୂଆ ତରିକା : ଲିପ୍ଟ ଦେଇ ଲୋକଙ୍କୁ ଲୁଟୁଥିଲେ, ପୁଲିସ ଧରିପକାଇଲା

0
793

ଭୁବନେଶ୍ୱର : ଲୁଟେରାଙ୍କ ନୂଆ ତରିକା । ଲିପ୍ଟ ଦେଇ ଲୋକଙ୍କୁ ସାଙ୍ଗରେ ନେଉଥିଲେ । ଥଣ୍ଡା ପାନୀୟରେ ନିଶା ଦେଇ ଲୁଟୁଥିଲେ । ଲୋକଙ୍କ ପାଖରେ ଯାହା ରହୁଥିଲା ସବୁ ଲୁଟି ବାଟରେ ଅଚେତ ଅବସ୍ଥାରେ ଛାଡ଼ି ଚାଲିଯାଉଥିଲେ । ହେଲେ ଏବେ ଦୁଇ ଜଣ ଲୁଟେରା ପୁଲିସ ହାତରେ ଧରା ପଡ଼ିଛନ୍ତି । ସେମାନଙ୍କଠୁ କାର, ସୂନା ଗହଣା ଓ ନିଶା ଔଷଧ ଜବତ କରିଛି ପୁଲିସ ।

ଏହି  ଦୁଇ ଜଣ ଅଭିଯୁକ୍ତ କଟକ ଓ ଭୁବନେଶ୍ୱର ବିଭିନ୍ନ ଛକରେ ରହି ଲୋକଙ୍କୁ ଲିଫ୍ଟ ଦେବା ବାହାନାରେ ନିଶା ଦେଇ ଲୁଟ୍‌ କରୁଥିଲେ। ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ଖୋଳତାଡ କରୁଛି। ଆଜି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ। ଏକାଧିକ ଲୁଟ ମାମଲାରେ ଉଭୟଙ୍କ ସଂପୃକ୍ତି ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ନିଶା ଦିଆ ଲୁଟେରାଙ୍କ ବିରୋଧରେ ସହିଦନଗର ଥାନାରେ ହୋଇଥିଲା ଅଭିଯୋଗ ।

ସୂଚନାଯୋଗ୍ୟ,  କିଛି  ଦିନ ତଳେ ଢେଙ୍କାନାଳର ଜଣେ ଶିକ୍ଷକ ଓ କେନ୍ଦ୍ରପଡ଼ା  ଜିଲ୍ଲା  ରାଜକନିକାର ବିରେନ୍ ପରିଡ଼ା ଏପରି ଲୁଟ୍‌ର ଶିକାର ହୋଇଥିଲେ। ଲୁଟେରାମାନେ ବିରେନଙ୍କ ନିକଟରୁ ୨୫ ହଜାର କ୍ୟାସ୍‌ ସାଙ୍ଗକୁ ଏଟିଏମ୍‌ କାର୍ଡ ନେଇ ୭୫ ହଜାର ଟଙ୍କା ବାହାର କରି ନେଇ ଯାଇଥିଲେ।  ସେହିପରି ଢେଙ୍କାନାଳରୁ ଜଣେ ଶିକ୍ଷକଙ୍କଠାରୁ ନଗଦ ପାଞ୍ଚ ହଜାର ଟଙ୍କା ସାଙ୍ଗକୁ ସୁନା ମୁଦି ଓ ମୋବାଇଲ ନେଇଯାଇଥିଲେ। ଏହାସହ ଏଟିଏମ୍‌  କାର୍ଡ ନେଇ ୪୬ ହଜାର ଟଙ୍କା ବାହାର କରି ନେଇ ଯାଇଥିବା ଅଭିଯୋଗ ହୋଇଥିଲା।

Also Read  LPG Cylinder Burst in Gop; No Casualties