ଅହମଦାବାଦ ସିରିଏଲ୍‌ ବିସ୍ଫୋରଣ : ୩୮ ଜଣଙ୍କୁ ମୃତ୍ୟୁ ଦଣ୍ଡ, ୧୧ଙ୍କୁ ଆଜୀବନ

0
230

ଅହମଦାବାଦ : ଅହମଦାବାଦରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ୪୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ସ୍ୱତନ୍ତ୍ର କୋର୍ଟ ଦେଇଥିବା ବେଳେ ୧୧ଜଣଙ୍କୁ ଆଜୀବନ ଜେଲରେ ରହିବେ ।

blast1 1024x569 1

ରାୟ ଶୁଣାଇବା ବେଳେ ସ୍ବତନ୍ତ୍ର ବିଚାରପତି ଏ.ଆର୍‌. ପଟେଲ୍‌ ଉକ୍ତ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୧ ଲକ୍ଷ ଟଙ୍କା, ସାଙ୍ଘାତିକ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ୫୦ ହଜାର ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ୨୫ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।

ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅନ୍ୟତମ ଦୋଷୀ ଉସ୍‌ମାନ୍‌ ଅଗରବତିବାଲାଙ୍କୁ ‘ଆର୍ମସ୍‌ ଆକ୍ଟ୍‌’ଦ୍ବାରା ଆଉ ‌୧ ବର୍ଷ କାରା ଦଣ୍ଡାଦେଶ ଓ ଅତିରିକ୍ତ ୨.୮୮ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏଥିସହ ଦୋଷୀ ସାବ୍ୟସ୍ତ ୪୮ଜଣଙ୍କ ଉପରେ ୨.୮୫ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ୫୬ଜଣଙ୍କ ଜୀବନହାନୀ ହୋଇଥିବା ଏହି ବିସ୍ଫୋରଣ ମାମଲାରେ ପ୍ରାୟ ୮୦ଜଣ ଅଭିଯୁକ୍ତଙ୍କ ବିଚାର ଚାଲିଥିଲା।

୨୦୦୮ ଜୁଲାଇ ୨୬ ତାରିଖରେ ଅହମଦାବାଦରେ ୭୦ ମିନିଟ୍‌ ମଧ୍ୟରେ ହୋଇଥିବା ୨୧ଟି ବୋମା ବିସ୍ଫୋରଣରେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Also Read  ଗୁଗଲ କ୍ରୋମ ବ୍ୟବହାରକାରୀଙ୍କୁ ଚେତାବନୀ : ଆକାଉଣ୍ଟ ହ୍ୟାକ୍ ହୋଇପାରେ

LEAVE A REPLY

Please enter your comment!
Please enter your name here