ଆଜିଠୁ ୫ ଦିନିଆ ରିମାଣ୍ଡରେ ରସିକିଆ ଡାକ୍ତର : ୩୦ ବର୍ଷର ଇତିହାସ ଖୋଜିବ ପୋଲିସ୍

0
427
940-page-charsheet-filed in -fake-doctor-ramesh-swain-case

ଭୁବନେଶ୍ୱର: ଆଜିଠୁ ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ।  ରମେଶଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ମହିଳା ଥାନା । ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ବର ଏସଡିଜେଏମ କୋର୍ଟ । ରମେଶ ଆଉ କାହାକୁ କାହାକୁ କରିଥିଲେ ଟାର୍ଗେଟ, ତାହାର ଖୋଳତାଡ଼ କରୁଛି ପୁଲିସ୍‌। ଏପରିକି ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୁଲିସ୍‌ ଯୋଜନା ରଖିଥିବା ସୂଚନା ମିଳିଛି  ।

ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧ ମାମଲା ତାଙ୍କ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି । ଏତେବର୍ଷ ଧରି ରମେଶ କେଉଁଠି ଆଉ କେମିତି ରହି ଆସୁଥିଲା?  କାହା  କାହାସହ ଲିଙ୍କରେ ଆସିଛି ? କେତେ ଜଣଙ୍କୁ ସେ ନିଜ ଅପରାଧ ଜାଲରେ ଶିକାର କରିଥିଲା ?  ଏସବୁର ଖିଅ ଖୋଜିବାକୁ ପୁଲିସ୍‌ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିବା ବେଳେ ଏସ୍‌ଡିଜେଏମ୍‌ କୋର୍ଟ ୫  ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି।

ରସିକିଆ ରମେଶ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ପତ୍ନୀ ତାଲିକା ଲମ୍ବାଇ ଚାଲିଥିବା ବେଳେ ଏହା ଦିନକୁ ଦିନ ଆହୁରି ବଢ଼ି ଚାଲିଛି। ଆହୁରି ୧୦ରୁ  ଅଧିକ ମହିଳା ବିବାହ ପାଇଁ ଲାଇନ୍‌ରେ ଥିବା ପୁଲିସ୍‌ ରମେଶଙ୍କ ମୋବାଇଲ ଫୋନ ଚାଟିଂ ଓ କଲ ଡିଟେଲ୍ସରୁ ଜାଣିବାକୁ ପାଇଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ସମ୍ପୃକ୍ତ ମହିଳାଙ୍କ ସହ ପୁଲିସ୍‌ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛି।

Also Read  ବନସଲଙ୍କୁ ଡିଜିପି ଅଫର : ଡାର୍କ ହର୍ସ ହେବେ ଛାବ୍ରା