ଚତୁର୍ଥ ପର୍ଯ୍ୟାୟ ମତଦାନ କାଲି : ପୋଲିଂ ପାର୍ଟି ବୁଥ୍ ମୁହାଁ

0
476

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଭୋଟ । ଗତକାଲିଠାରୁ ବୁଥ୍ ଅଭିମୁଖେ ପୋଲିଂ ପାର୍ଟି ଯାତ୍ରା କରିଛନ୍ତି। କେତେକ ବୁଥରେ ଆଜି ପୋଲିଂ ପାର୍ଟି ପହଞ୍ଚିବେ। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

ଗତ ତିନୋଟି ପର୍ଯ୍ୟାୟ ମତଦାନ ବେଳେ ସାରା ରାଜ୍ୟରେ ହିଂସାକାଣ୍ଡ, ବୁଥ୍ ଜବରଦଖଲ, ରିଗିଂ ଭଳି ଘଟଣା ଘଟିଥିବାରୁ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଅଧିକରୁ ଅଧିକ ସୁରକ୍ଷା ବଳ ମୁତୟନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବୁଥ୍ ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରାଇବା ଲାଗି ଆବଶ୍ୟକ ପଦେକ୍ଷେପ ନିଆଯାଇଛି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

Also Read  Centre approves 26 roads, 2 long-span bridges for Odisha under PM-JANMAN