ୟୁକ୍ରେନରେ “ଗୁଗଲ ମ୍ୟାପ ଲାଇଭ ଟ୍ରାଫିକ ଡାଟା’ ଅଚଳ କିଏ କଲା ? ଜାଣନ୍ତୁ

0
603

ନୂଆଦିଲ୍ଲୀ : ୟୁକ୍ରେନରେ ଗୁଗଲ ମ୍ୟାପ ସାମୟିକ ଭାବେ ଅଚଳ କରି ଦିଆଯାଇଛି । ରାସ୍ତାରେ ଯାନବାହନ ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥା ସମ୍ପର୍କରେ ଏହା ଜଣାଇଥାଏ ।

‘ଆଲଫାବେଟ୍‌ ଇନ୍‌ପର୍କୋରେସନ୍‌’ର ‘ଗୁଗଲ୍‌’କହିଛି ଯେ, ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ସମେତ ବିଭିନ୍ନ ସୂତ୍ରଙ୍କ ସହ ପରାମର୍ଶ କରିବା ପରେ, ସ୍ଥାନୀୟ ସମ୍ପ୍ରଦାୟଙ୍କ ନିରାପତ୍ତା ନିମନ୍ତେ ୟୁକ୍ରେନ୍‌ରେ ଷ୍ଟୋର୍‌ ଏବଂ ରେସ୍ତୋରାଁ ଭଳି ଚଳଚଞ୍ଚଳ ସ୍ଥାନଗୁଡ଼ିକ ବିଷୟରେ ‘ଲାଇଭ୍‌ ଇନ୍‌ଫର୍ମେସନ୍‌’ ଦେଉଥିବା ‘ଗୁଗଲ୍‌ ମ୍ୟାପ୍‌ସ୍‌ ଟ୍ରାଫିକ୍‌ ଲେୟର୍‌’କୁ ବିଶ୍ବବ୍ୟାପୀ ଅଚଳ କରି ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ସମ୍ପ୍ରତି ୟୁକ୍ରେନ୍‌ ରୁଷୀୟ ସେନା ଆକ୍ରମଣର ମୁକାବିଲା କରୁଛି। ଗୁରୁବାର ଦିନ ରୁଷ୍‌ ସେନା ଆକ୍ରମଣ ଆରମ୍ଭ କରି ୟୁକ୍ରେନୀୟ ନଗରଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିବାରୁ ପ୍ରାୟ ୪ ଲକ୍ଷ ସାଧାରଣ ନାଗରିକ, ମୁଖ୍ୟତଃ ମହିଳା ଓ ପିଲା ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଚାଲିଯାଇଛନ୍ତି। ୟୁକ୍ରେନ୍‌ରେ ଚଳାଇଥିବା ଏହି ଅଭିଯାନକୁ ରୁଷ୍‌ ‘ସ୍ପେସାଲ୍‌ ଅପରେସନ୍‌’ ଆଖ୍ୟା ଦେଇଛି। ‘ଗୁଗଲ୍‌’ ସମେତ ବଡ଼ ବଡ଼ ‘ଟେକ୍‌ କମ୍ପାନି’ ସବୁ କହିଛନ୍ତି ଯେ, ସମ୍ପୃକ୍ତ ଅଞ୍ଚଳରେ ବ୍ୟବହାରକାରୀମାନଙ୍କ ନିରାପତ୍ତା ଦୃଷ୍ଟିରୁ ସେମାନେ ଏଭଳି ପଦ‌କ୍ଷେପ ଗ୍ରହଣ କରିଛନ୍ତି।

Also Read  ୭ରୁ ଖୋଲିବ ସ୍କୁଲ-କଲେଜ : ୧୪ରୁ ପ୍ରଥମରୁ ସପ୍ତମ ପାଠପଢ଼ା