କିଭ୍‌ରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ : ପଶ୍ଚିମଭାଗକୁ ଚାଲିଯିବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ

0
263

କିଭ୍‌: ୟୁକ୍ରେନୀୟ ରାଜଧାନୀ କିଭ୍‌ରୁ ସପ୍ତାହାନ୍ତ କର୍ଫ୍ୟୁ ଉଠିଯାଇଥିବାରୁ ଦେଶର ପଶ୍ଚିମଭାଗକୁ ଚାଲିଯିବା ଲାଗି ଛାତ୍ରଛାତ୍ରୀମାନେ ରେଳ ‌ଷ୍ଟେସନ୍‌କୁ ଯିବା ଲାଗି କିବସ୍ଥିତ ଭାରତୀୟ ଦୂତାବାସ ଆଜି ପରାମର୍ଶ ଦେଇଛି।

ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର କରିବା ପାଇଁ ୟୁକ୍ରେନ୍‌ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା ଆରମ୍ଭ କରିଛି। କର୍ଫ୍ୟୁ ହଟିବା ପରେ ଦୀର୍ଘ ୨ ଦିନ ପରେ ଟ୍ୟାକ୍ସିଗୁଡିକ ରାସ୍ତା ଉପରେ ସ୍ୱାଭାବିକ ଭାବେ ଚଳାଚଳ କରୁଛି ଏବଂ ଜନଶୂନ୍ୟ ହୋଇପଡିଥିବା କିଭ୍‌ରେ ଲୋକଙ୍କ ଚଳପ୍ରଚଳ ଆରମ୍ଭ ହୋଇଛି। ଅନ୍ୟପଟେ ଲୋକେ ଷ୍ଟେସନରେ ପହଞ୍ଚିବା ପାଇଁ ୭ କିଲୋମିଟର ରାସ୍ତା ଚାଲିଚାଲି ଅତିକ୍ରମ କରୁଛନ୍ତି।

ସେପଟେ ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି ଯେ, ‘ଭାରତୀୟ ଛାତ୍ରଛାତ୍ରୀକୁ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ରେଲୱେ ଷ୍ଟେସନରୁ ୟୁକ୍ରେନର ପଶ୍ଚିମ ଭାଗ ଯାଏଁ ଏହି ଟ୍ରେନ୍‌ ଯିବ। କିଭ୍‌ରୁ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦିଆଯାଇଛି।’

ସୂଚନା ମୁତାବକ, ଭାରତ ସରକାର ଅପରେସନ ଗଙ୍ଗା ଜରିଆରେ ଫସି ରହିଥିବା ଭାରତୀୟଙ୍କୁ ୟକ୍ରେନ୍‌ରୁ ବାହାର କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ୱିଟର ହ୍ୟାଣ୍ଡେଲ ତିଆରି କରିଛନ୍ତି। ଏହି ଟ୍ୱିଟର ଆକାଉଣ୍ଟରେ ୟୁକ୍ରେନ ସୀମା ସହ ଲାଗି ରହିଥିବା ଦେଶ ହଙ୍ଗେରୀ, ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆର ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯାଇଛି।

Also Read  ଚାକିରୀ କରାଇଦେବା ନାଁରେ ୧.୪୭ କୋଟି ଟଙ୍କା ଠକେଇ: ଦୁଇ ଗିରଫ