ତୁରନ୍ତ କିଭ ସହର ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ

0
445

ନୂଆଦିଲ୍ଲୀ : ୟୁକ୍ରେନ ରାଜଧାନୀ କିଭରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ତୁରନ୍ତ କିଭ ଛାଡ଼ିବାକୁ ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହି ସହରରେ ଫସିରହିଥିବା ଭାରତୀୟମାନଙ୍କ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି ।

ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଦଖଲ କରିବା ପାଇଁ ମାଡି ଆସୁଛି ରୁଷ। କିଭ୍‌ର ଆଖପାଖ ଅଞ୍ଚଳକୁ ରୁଷ ସେନା କବ୍‌ଜା କରିସାରିଲେଣି। ଏବେ ପାଳି ରାଜଧାନୀର। ଏଥିପାଇଁ ବିପୁଳ ସୈନ୍ୟ ଏବଂ ଯୁଦ୍ଧ ସାମଗ୍ରୀ ଧରି ରୁଷ ସେନା କିଭ୍‌ ଆଡକୁ ବଢ଼ୁଛି। ଯେତେ ସମ୍ଭବ ଆଜି ରୁଷ ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ଦଖଲ କରିପାରେ। କିଭ୍‌କୁ କବ୍‌ଜା କରିବା ପାଇଁ ଏକ ବଡ ସାମରିକ ବାହିନୀ ପଠାଇଛି ରୁଷ। ୪୦ କିଲୋମିଟର ଲମ୍ବା ରୁଷ ସାମରିକ ବାହିନୀ କିଭ୍‌ ଆଡକୁ ବଢ଼ୁଛନ୍ତି।  ଆକ୍ରମଣ ପରଠାରୁ ଏହା ବର୍ତ୍ତମାନର ସୁବିଠାରୁ ବଡ ସୈନ୍ୟ ବାହିନୀ ୟୁକ୍ରନ୍‌କୁ ପଠାଇଛି ରୁଷ।

ସୂଚନା ମୁତାବକ, ୟୁକ୍ରେନ୍‌ରେ ପ୍ରାୟ ୨୦ ହଜାର ଭାରତୀୟ ନାଗରିକ ଅଛନ୍ତି। ଏଥିମଧ୍ୟରୁ ଅଧିକ ସେଠାରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯାଇଛନ୍ତି। ଏବେ ଏହି ୨୦ ହଜାର ଭାରତୀୟ ନାଗରିକଙ୍କ ମଧ୍ୟରୁ ୪ ହଜାର ସ୍ୱଦେଶ ଫେରି ସାରିଲେଣ। ଅନ୍ୟ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ବାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ ଗଙ୍ଗା କାର୍ଯ୍ୟକ୍ରମ ଜାରି ରହିଛି। ମଙ୍ଗଳବାର ଭାରତୀୟ ନାଗିରକଙ୍କୁ ନେଇ ଅଷ୍ଟମ ବିମାନ ବୁଡାପେଷ୍ଟରୁ ଦିଲ୍ଳୀ ଆଡକୁ ଯାତ୍ରା କରିଛି। ଏହାପୂର୍ବରୁ ଆଜି ୟୁକ୍ରେନରୁ ଏକ ଫ୍ଲାଇଟ୍‌ ୧୮୨ ଛାତ୍ରଛାତ୍ରୀଙ୍କୁ ନେଇ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଛି।

Also Read  ନିର୍ମାଣାଧୀନ ଘର ଭିତରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ