ପଞ୍ଚାୟତ ଫଳାଫଳ : ୭୫୯ଟିରେ ବିଜେଡି ବିଜୟୀ

0
401

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେଡିର ବୃହତ୍ତ ବିଜୟ । ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ୮୨୯ ଜୋନ୍‌ ମଧ୍ୟରୁ ୭୪୩ଟି ଜୋନରେ ବିଜେଡି ବାଜିମାତ୍‌ କରିଛି । ବିଜେପି ଖାତାକୁ ମାତ୍ର ୪୨ ଆସନ ଆସିଥିବାବେଳେ ୩୭ଟି ଜୋନ ହାତେଇଛି କଂଗ୍ରେସ । ସେହିପରି ୮୨୯ ଜୋନ୍ ମଧ୍ୟରୁ ଅନ୍ୟ ରାଜନୈତିକ ଦଳଙ୍କ ଖାତାକୁ ଯାଇଛି ମାତ୍ର ୭ଟି ଜୋନ୍ ।

କଂଗ୍ରେସଠାରୁ ଆଉ ୭ ଆସନ ଅଧିକ ପାଇ ବିଜେପି ଦ୍ବିତୀୟ ସ୍ଥାନକୁ ଉଠିଥିଲା। ଏଥିସହିତ ସ୍ବାଧୀନ ପ୍ରାର୍ଥୀ ୩ଟି ଆସନ ପାଇଥିବାବେଳେ ଅନ୍ୟମାନେ ୪ଟି ଆସନ ପାଇଛନ୍ତି। ଗତ ନିର୍ବାଚନରେ ବିଜେପି ଯେତିକି ଆସନ ପାଇଥିଲା ଚଳିତ ନିର୍ବାଚନରେ ବହୁ ଆସନ ହରାଇବାକୁ ପଡ଼ିଛି। ତେବେ କାହିଁକି ଏଭଳି ହୋଇଛି ଦଳ ପକ୍ଷରୁ ସମୀକ୍ଷା କରାଯାଉଥିବା ବେଳେ କଂଗ୍ରେସରେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ରାଜନୈତିକ ମହଲରୁ ଜଣାପଡ଼ିଛି।

ଭଦ୍ରକ, ଝାରସୁଗୁଡ଼ା, ଯାଜପୁର ଓ ଦେବଗଡ଼ରେ କ୍ଲିନ୍‌ ସୁଇପ୍ କରିଛି ବିଜେଡି । ମୟୂରଭଞ୍ଜରୁ ମାଲକାନିଗିରି, ବରଗଡ଼ରୁ ବାଲେଶ୍ବର, ଗଜପତିରୁ ଗଞ୍ଜାମ, ସୁନ୍ଦରଗଡ଼ରୁ ସମ୍ବଲପୁର ସବୁଠି କେବଳ ଶଙ୍ଖଧ୍ବନି । ସବୁ ଜିଲ୍ଲାରେ ଚିତପଟାଙ୍ଗ ମାରିଛି ବିଜେପି । କଂଗ୍ରେସ ମଧ୍ୟ ନିଜ ସ୍ଥିତି ବଞ୍ଚାଇବାକୁ ଭୟଙ୍କର ସଂଘର୍ଷ କରୁଛି । ୨୨ ବର୍ଷ ଶାସନରେ ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେଡି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ୨୦୧୨ରେ ବିଜେଡିକୁ ସର୍ବାଧିକ ୬୫୧ ସିଟ୍ ମିଳିଥିଲା । ତେବେ ବିଜେଡିର ଏହି ରେକର୍ଡକୁ ଭାଙ୍ଗିଛି ବିଜେଡି । ୨୦୨୨ରେ ପଞ୍ଚାୟତ ନିର୍ବାଚନରେ ବର୍ତ୍ତମାନ ସୁଦ୍ଦା ଘୋଷଣା ହୋଇଥିବା ଫଳାଫଳ ଅନୁସାରେ ୨୦୧୨ ରେକର୍ଡକୁ ଅତିକ୍ରମ କରି ନୂଆ ରେକର୍ଡ କରିଛି ବିଜେଡି ।

Also Read  ରାଜ୍ୟରେ ୨୨୫ ପଜିଟିଭ୍ ଚିହ୍ନଟ : ୩୭ ଶିଶୁ ସଂକ୍ରମିତ

LEAVE A REPLY

Please enter your comment!
Please enter your name here