ବିଏମ୍‌ସିରେ ତିନି ପ୍ରମୁଖ ଦଳର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା : ବିଜେପିରେ କିଏ ପ୍ରାର୍ଥୀ ହେଲେ ପଢ଼ନ୍ତୁ ?

0
441
ଡ଼. ସୁନୀତି ମୁଣ୍ଡ
ଡ଼. ସୁନୀତି ମୁଣ୍ଡ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ଜାରି ରହିଥିବା କଳ୍ପନଜଳ୍ପନା ଅନ୍ତ ଘଟିଛି ।  ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବରୁ କଂଗ୍ରେସ ବିଜେଡି ତାର ମେୟର ପ୍ରାର୍ଥୀ ନାଁ ଘୋଷଣା କରିସାରିଛି । ଆଜି ବିଜେପି ପକ୍ଷରୁ ଡ଼. ସୁନୀତି ମୁଣ୍ଡଙ୍କ ନାଁ ଘୋଷଣା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି । ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ବର ମେୟର ପ୍ରାର୍ଥୀ କରିଛି କଂଗ୍ରେସ।

ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ବର ପାଇଁ ସୁଲୋଚନା ଦାସ, କଟକ ପାଇଁ ସୁବାସ ସିଂହ ଓ ବ୍ରହ୍ମପୁର ଲାଗି ସଂଘମିତ୍ରା ଦଳେଇଙ୍କ ନାମ ଘୋଷିତ ହୋଇଛି। ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି । ସେହିପରି ଭାବରେ କଟକ ମହାନଗର ନିଗମ ପାଇଁ ସୁବାସ ସିଂଙ୍କ ନାମ ଘୋଷଣା ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ତେବେ ଚଳିତ ଥର ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମରେ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା ।

ସୂଚନା ଅନୁସାରେ ମାର୍ଚ୍ଚ ୨୪ରେ ରାଜ୍ୟର ୩ ମହାନଗର ନିଗମ ସହ ସମସ୍ତ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମାର୍ଚ୍ଚ ୨ରୁ ଆରମ୍ଭ ହୋଇସାରିଛି ନାମାଙ୍କନ ପତ୍ର ଦାଖଲ । ବିଏମସିର ମେୟର ପ୍ରାର୍ଥୀଙ୍କୁ ନେଇ ୩ ରାଜନୈତିକ ଦଳ ଭିତରେ ଛକାପଞ୍ଝା ଚାଲିଥିବା ବେଳେ କଂଗ୍ରେସ ଗତକାଲି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ବର ମେୟର ପ୍ରାର୍ଥୀ କରିଛି କଂଗ୍ରେସ। ଏମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍ ଓ ଓଡ଼ିଶା ନୃତ୍ୟଶିଳ୍ପୀ । ଏବେ ଅପେକ୍ଷା ବିଜେପି କାହାକୁ ଭୁବନେଶ୍ବର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ କରୁଛି।

Also Read  CABI submits proposal to the Union Minister Shri. Dharmendra Pradhan for Financial Aid towards organizing the T20 World Cup Cricket for the Blind, 2017.