ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ଘଟଣାରେ ୯ ଜଣଙ୍କୁ ଗିରଫକଲା ପୋଲିସ

0
246
9-arrested-alleged-in-attack-to-chillika mla prasant-gajdev

ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାରପିଟ୍ କରି ଲହୁଲୁହାଣ କରିବା ଘଟଣାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ବାଣପୁର ବ୍ଲକ ପରିସରରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିଥିଲେ ଅଭିଯୁକ୍ତ । ବିଭିନ୍ନ ସ୍ଥାନରେ ଚଢାଉ କରି ୯ ଜଣଙ୍କୁ ଧରିଛି ସ୍ୱତନ୍ତ୍ର ସ୍କ୍ୱାର୍ଡ । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୋଲିସ ଟିମର ଖାନତଲାସୀ ଜାରି ରହିଛି । ୯ ଜଣ ଅଭିଯୁକ୍ତଙ୍କୁ ନୀଳାଦ୍ରୀପ୍ରସାଦର ପୁରୁଣା ବଙ୍କଡାଗଡରୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି ।

ସୂଚନାଯୋଗ୍ୟ, ଗତ ୧୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣଙ୍କ ଉପରେ ଗାଡ଼ି ମଡାଇବା ଅଭିଯୋଗରେ ଚିଲିକା ବିଧାୟକ ଗିରଫ ହୋଇ ଜେଲରେ ଅଛନ୍ତି । କିନ୍ତୁ ସେହିଦିନ ଏହି ଘଟଣା ପରେ ଚିଲିକା ବିଧାୟକଙ୍କୁ ଉତ୍ତ୍ୟକ୍ତ ଲୋକେ ନିର୍ଦ୍ଧୁମ ମାଡ ମାରିଥିଲେ । ଜନସାଧାରଣଙ୍କ ମାଡରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇପଡ଼ିଥିଲେ।

Also Read  ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ ପାଇଁ ୨ଟି ଟିମ୍‌ ଗଠନ କଲା କ୍ରାଇମ୍‌ବ୍ରାଞ୍ଚ

LEAVE A REPLY

Please enter your comment!
Please enter your name here