ଅନ୍ୟ ଦେଶରେ ବଢ଼ୁଛି ସଂକ୍ରମଣ : ରାଜ୍ୟ ପାଇଁ କ’ଣ କହିଲେ ଡିଏମଇଟି ?

0
867
Odisha Reports 2603 New Covid Cases And 22 Deaths
Odisha Reports 2603 New Covid Cases And 22 Deaths

ଭୁବନେଶ୍ୱର:ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ବଢୁଛି।ବଢିବାର ବିଭିନ୍ନ କାରଣ ହୋଇପାରେ। ସେଦୃଷ୍ଟିରୁ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ବେଡ୍, ଚିକିତ୍ସା ସୁବିଧା ସହ ଅକ୍ସିଜେନ ମହଜୁଦ ରଖିଛନ୍ତି। ପ୍ରତି ଦୁଇ ତିନି ଦିନରେ ସମୀକ୍ଷା କରାଯାଉଛି ଡିଏମଇଟି ବୋଲି ରମାରମଣ ମହାନ୍ତି କହିଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ସେ କହିଛନ୍ତି, କରୋନା ସଂକ୍ରମଣ କମିଥିଲେ ବି ଢିଲା ହେବା ଉଚିତ ନୁହେଁ। ସମସ୍ତେ ସତର୍କ ରହିବା ଉଚିତ। କୋଭିଡ ନିୟମ ମାନିବା ଉଚିତ। ପୂର୍ବରୁ ଆମର ଡେ଼ଲ୍ଟା ଭାଇରସ ମୁକାବିଲା ନେଇ ଅଭିଜ୍ଞତା ଅଛି। ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ। ବର୍ତ୍ତମାନ ସ୍ଥିତିରେ ଉନ୍ନତି ଆସୁଛି, କିନ୍ତୁ ଆଶ୍ବସ୍ତି ହେବା କଥା ନୁହେଁ। ଆଶ୍ବସ୍ତିକର ରହିଛି ବର୍ତ୍ତମାନର ସଂକ୍ରମଣ, କିନ୍ତୁ ସାବଧାନ ରହିବା ଉଚିତ। ତୃତୀୟ ଲହର ଆସିପାରେ। ଏଦୃଷ୍ଟିରୁ ସତର୍କ ରହିବା ଉଚିତ, ଯାହା ଫଳରେ ଆମେ ତାକୁ ପ୍ରତିହତ କରିପାରିବା।

ଡେଲଟା ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ

ୟୁରୋପ ଏବଂ ଚୀନରେ ଯେଉଁ ଲହର ହେଉଛି ତାହା ଡେଲଟା ଭାରିଆଣ୍ଟ । ୟୁରୋପୀୟ ଦେଶରେ ବଢୁଛି ସଂକ୍ରମଣ କିନ୍ତୁ ଆମେ ଆତଙ୍କିତ ହେବାର କିଛି କାରଣ ନାହିଁ। କାହିଁକି ନା ଦ୍ବିତୀୟ ଲହରରେ ଡେଲଟା ଭାରିଆଣ୍ଟ କୁ ଆମେ ସାମ୍ନା କରି ସାରିଛେ। ଏହା ବାଦ ଆମର ଇମିନ୍ୟୁଟି ମଧ୍ୟ ଅଧିକ ରହିଛି। ତେଣୁ ଆତଙ୍କିତ ହେବାର ନାହିଁ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ତିନି ମାସ ତଳେ ରୋଗ ପ୍ରତିରୋଧକ କ୍ଷମତା ୭୫ ପ୍ରତିଶତ ଥିଲା। ହେଲେ ଏବେ ବି ଟିକାକରଣ ଚାଲିଛି। ତେଣୁ ରୋଗ ପ୍ରତିରୋଧକ କ୍ଷମତା ବଢୁଛି। ତେବେ ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି କମିନି। ଆମକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ହେବ।

Also Read  Registration for B.Ed, M.Ed Courses to Begin From March 24