ପଦ୍ମ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

0
365
ବଲିଉଡ୍‌ ଅଭିନେତା କଙ୍ଗନା ରଣାୱତ୍
ବଲିଉଡ୍‌ ଅଭିନେତା କଙ୍ଗନା ରଣାୱତ୍

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ବଲିଉଡ୍‌ ଅଭିନେତା କଙ୍ଗନା ରଣାୱତ୍, ଗାୟକ ଆଦନାନ୍‌ ସାମି, ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପି. ଭି. ସିଦ୍ଧୁ ଏବଂ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ୍‌. ସି. ଜମିର୍‌ଙ୍କୁ ମଧ୍ୟ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରାଯାଇଛି। ସମ୍ମାନ ପ୍ରଦାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

‘ବିଜେପି’ର ପୁରଖା ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବଂ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଏବଂ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ୍‌ଙ୍କ ସମେତ ପ୍ରାୟ ୧୧୯ଜଣଙ୍କୁ ଏଥର ପ୍ରଦାନ କରାଯାଇଥିବା ଏହି ସମ୍ମାନ ମିଳିଛି। ଏହି ନେତାଙ୍କୁ ମ‌ରଣୋତ୍ତର ଭାବେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିବାରୁ ସେମାନଙ୍କ ପରିବାର ଲୋକେ ଉକ୍ତ ସମ୍ମାନ ଗ୍ରହଣ କରିଛନ୍ତି। ଆଜି ସ୍ବରାଜଙ୍କ ଝିଅ ବାଂଶୁରୀ ଏବଂ ଜେଟ୍‌ଲୀଙ୍କ ପତ୍ନୀ ସଙ୍ଗୀତା ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଥାଏ। ବିଭିନ୍ନ କ୍ଷେତ୍ରରେ କୃତ୍ବିତ୍ବ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ତିନୋଟି ବର୍ଗରେ ପ୍ରଦାନ କରାଯାଉଥିବା ପଦ୍ମ ସମ୍ମାନଗୁଡ଼ିକ ହେଉଛି, ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ। ଏଥର ୭ଜଣଙ୍କୁ ପଦ୍ମବିଭୂଷଣ, ୧୦ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୨ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଏଥର ସମ୍ମାନିତଙ୍କ ମଧ୍ୟରେ ଅଛନ୍ତି ୨୯ଜଣ ମହିଳା ଏବଂ ଜଣେ କିନ୍ନର। ସେହିପରି, ଏଥର ୧୬ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଛି।

Also Read  ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ଥିଲେ ଉଦ୍ଧବ ସରକାର, ଇସ୍ତଫା ଦେବା ପରେ ସାମ୍ନା କରିବେ କି ଚ୍ୟାଲେଞ୍ଜ?