ରାଉତପଡ଼ାରେ କାଉ ମଡ଼କ : ବାର୍ଡ ଫ୍ଲୁ ଆଶଙ୍କା !

0
394
ରାଉତପଡ଼ାରେ କାଉ ମଡ଼କ
ରାଉତପଡ଼ାରେ କାଉ ମଡ଼କ

ଖୋର୍ଦ୍ଧା  : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ରାଉତପଡ଼ା ଗ୍ରାମ ପଞ୍ଚାୟତର ବୋତଳାଙ୍ଗ ଗାଁରେ କାଉ ମଡ଼କ । ଗାଁର ଚାରିଆଡ଼େ କାଉଗୁଡ଼ିକ ମରି ପଡ଼ିଥିବା ଦେଖିବାକୁ ମିଳିଛି।

ଗତ ଦୁଇ ଦିନ ହେଲା ଗାଁର ବିଭିନ୍ନ ସ୍ଥାନରେ କାଉ ମରି ପଡୁଛନ୍ତି। ତେବେ ଏଭଳି କାଉ ମଡ଼କର କାରଣ ବାର୍ଡ ଫ୍ଲୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ଆଜି ମଧ୍ୟ କାଉ ମରିବା ଦେଖି ଗାଁ ଲୋକେ ବେଗୁନିଆ ପ୍ରାଣୀଧନ ଚିକିତ୍ସାଳୟକୁ ଖବର ଦେଇଥିଲେ। ଖବର ପାଇବା ପରେ ଗୋଟିଏ ଟିମ୍ ଗାଁରେ ପହଞ୍ଚି ମୃତ କାଉଙ୍କୁ ଏକାଠି କରି ସେମାନଙ୍କ ନମୁନା ସଂଗ୍ରହ କରିଥିଲେ। ରିପୋର୍ଟ ଆସିବା ପରେ କାଉ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପ୍ରାଣୀଧନ ବିଭାଗ ଅଧିକାରୀ କହିଛନ୍ତି।

 

Also Read  ବିଧାନସଭାରେ ବିଜେପି ସଦସ୍ୟଙ୍କ ଘଣ୍ଟମାଡ଼, ଶାସକ ଦଳର ଗଙ୍ଗାଜଳ ସିଞ୍ଚନ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ