ଆଜିଠୁ ପଞ୍ଚୁକ, ଜଗା ଦର୍ଶନ କରିପାରିବେନି ଭକ୍ତ : ଏକାଦଶୀରେ ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ

0
291
ଶ୍ରୀମନ୍ଦିର
ଶ୍ରୀମନ୍ଦିର

ପୁରୀ: ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ। ହବିଷ ଖାଇ ନିଷ୍ଠାର ସହ ବ୍ରତ ପାଳନ କରିବେ ହବିଷ୍ୟାଳି। ହେଲେ ହୋଇପାରିବନି ଜଗା ଦର୍ଶନ। ଆଜି ବଡ ଏକାଦଶୀ ଥିବାବେଳେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ହେବ। ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଆଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ବିଭୂଷିତ କରିଥାନ୍ତି। ତେବେ ପ୍ରବଳ ଭିଡ଼ ଆଶଙ୍କାରେ ଆଜି ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ ରଖିଛି ଶୀମନ୍ଦିର ପ୍ରଶାସନ। ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ହବିଷ୍ୟାଳି।

ପଞ୍ଚୁକର ଶେଷ ଦିନରେ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ସାଧାରଣ ଦର୍ଶନକୁ ବାରଣ କରାଯାଇଛି। ପଞ୍ଚୁକ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକ କଡ଼ାକଡି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ୨୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୩ ଜଣ ଅତିରିକ୍ତ ଏସ୍‌ପି, ୧୦ ଡିଏସ୍‌ପି, ୩୦ ଇନସପେକ୍ଟର ଓ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଟ୍ରାଫିକ୍ ବ୍ୟବସ୍ଥାକୁ ୨ ଭାଗରେ ବିଭକ୍ତ କରାଯାଇଥିବା ବେଳେ, ବଡ଼ଦାଣ୍ଡ ମରିଚିକୋଟ ଛକରୁ ବ୍ୟାରିକେଡ୍ ଦେଇ ଭକ୍ତ ପ୍ରବେଶ କରିବେ।

Also Read  ଆଜି 'ବିଶ୍ୱ ପଖାଳ ଦିବସ', ପ୍ରତି ଓଡିଆଙ୍କ ଗର୍ବ ଓ ଗୌରବ ଏବଂ ଅତି ପ୍ରିୟ

LEAVE A REPLY

Please enter your comment!
Please enter your name here