କୋଭିଡ୍‌ ମହାମାରୀର ଅବସାନ ଘଟିନି : ଭାରତରେ ତୃତୀୟ ଲହର ତୀବ୍ର ନହୋଇପାରେ

0
817
Odisha Reports 2603 New Covid Cases And 22 Deaths
Odisha Reports 2603 New Covid Cases And 22 Deaths

ନୂଆଦିଲ୍ଲୀ: ପ୍ରଥମ ଓ ଦ୍ବିତୀୟ ଲହର ଭଳି ଭାରତରେ କୋଭିଡ୍‌-୧୯ର ତୃତୀୟ ଲହର ଏତେ ତୀବ୍ର ହୋଇ ନ ପାରେ ବୋଲି ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ ଦିଲ୍ଲୀର ନିର୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ସେ କିନ୍ତୁ, ଚେତାବନୀ ଦେଇ କହିଛନ୍ତି ଯେ, ଏବେ ମଧ୍ୟ ମହାମାରୀର ଅବସାନ ଘଟିନାହିଁ। ତେଣୁ, ସଭିଏଁ ନିଷ୍ଠାପର ଭାବେ କୋଭିଡ୍‌-ସଂଯମ ଆଚରଣ ମାନି ଚଳିବା ଉଚିତ।

‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବଙ୍କ ଲିଖିତ ପୁସ୍ତକ ‘ଗୋଇଙ୍ଗ୍‌ ଭାଇରାଲ୍‌: ମେକିଙ୍ଗ୍‌ ଅଫ୍ କୋଭାକ୍ସିନ୍’ ପୁସ୍ତକ ଉଦ୍‌ଘାଟନ ଅବସରରେ ଖ୍ୟାତନାମା ଶ୍ବାସକ୍ରିୟା ରୋଗ ବିଶେଷଜ୍ଞ ଡାକ୍ତର ରଣଦୀପ ଗୁଲେରିଆ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ଏହି ଅବସରରେ ଡାକ୍ତର ଗୁଲେରିଆ ମଧ୍ୟ କହିଛନ୍ତି ଯେ, ଆଗ ପରି ସଂକ୍ରମଣ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉ ନ ଥିବାରୁ ସମ୍ପ୍ରତି ଭାରତରେ ବୁଷ୍ଟର୍‌ ଡୋଜ୍‌ ବା ତୃତୀୟ ଡୋଜ୍‌ର ଆବଶ୍ୟକତା ନାହିଁ। ‘ନୀତି ଆୟୋଗ’ର (ସ୍ବସ୍ଥ୍ୟ) ସଦସ୍ୟ ଡାକ୍ତର ଭି. କେ. ପଲ୍‌ କହିଲେ, ତୃତୀୟ ଡୋଜ୍‌ର ନିଷ୍ପତ୍ତି ବିଜ୍ଞାନ ଆଧାରିତ ହେବା ଉଚିତ। ସେ ଆହୁରି ମଧ୍ୟ କହିଲେ ଯେ, ମହାମାରୀର ଅବସାନ ଘଟିନି ଏବଂ ଭବିଷ୍ୟତରେ ବି ଘଟିବ ନାହିଁ। ସମ୍ଭବତଃ ଏହା ସ୍ଥାନୀୟ ବା ଆଞ୍ଚଳିକ ବ୍ୟାଧି ପାଲଟିଯିବ।

Also Read  Odisha Reports 298 Fresh Covid Cases; 119 From Khurda District