ଥମୁନି ମମିତା ତାତି : ବିଧାନସଭା ତୃତୀୟ ଦିନରେ ପ୍ରଥମାର୍ଦ୍ଧ ୩ ମିନିଟ ଚାଲିଲା

0
419
ଗୋବରପାଣି ଛିଞ୍ଚିଲେ ବିଜେପି ସଦସ୍ୟ 
ଗୋବରପାଣି ଛିଞ୍ଚିଲେ ବିଜେପି ସଦସ୍ୟ 

ଗଙ୍ଗାଜଳ ଓ ଗୋବରପାଣି ଛିଞ୍ଚିଲେ ବିଜେପି ସଦସ୍ୟ 

ବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବି ଗୃହରେ ମମିତା ଝଡ଼ ଉଠିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଲଗାତାର ତୃତୀୟ ଦିନ ପାଇଁ କଂଗ୍ରେସ ଓ ବିଜେପି ସଦସ୍ୟ ହଟଗୋଳ କରିଥିଲେ। ପ୍ରଶ୍ନକାଳ ୧ମିନିଟ ଚାଲିଥିବା ବେଳେ ଶୂନ୍ୟକାଳରେ ମାତ୍ର ଦୁଇ ମିନିଟ ଗୃହ ଚାଲିଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ପ୍ରଥମ ସାଢ଼େ ୧୧ଟା ପରେ ୪ଟା ଯାଏ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର ।  ଏଣେ ବିଧାନସଭାର ପବିତ୍ର ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବା ହେତୁ ସେହି ସ୍ଥାନକୁ ପବିତ୍ର କରିବା ଲାଗି ବିଜେପି ସଦସ୍ୟମାନେ ବାହାରେ ଗଙ୍ଗାଜଳ ଓ ଗୋବରପାଣି ସିଞ୍ଚନ କରି ଅଭିନବ ପ୍ରତିବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଲଗାତାର ଦ୍ବିତୀୟ ଦିନ ପାଇଁ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇ ଅଚଳାବସ୍ଥା ଜାରି ରହିଥିଲା। ଗୁରୁବାର ଦିନ ଗୃହରେ ବିରୋଧୀମାନେ ଏମିତି ହଙ୍ଗାମା କରିଥିଲେ ଯେ ଆଦୌ ଗୃହ କାର୍ଯ୍ୟ ସମ୍ଭବ ହୋଇ ନ ଥିଲା। ପ୍ରଥମାର୍ଦ୍ଧରେ ଗୋଟିଏ ମିନିଟ୍ ଗୃହ ଚାଲିଥିଲା ବେଳେ ଦ୍ବିତୀୟାର୍ଦ୍ଧରେ ୧୩ ମିନିଟ୍‌ ଭିତରେ ଗୃହ କାର୍ଯ୍ୟ ସୀମିତ ରହିଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଏପରି ଅଟଳ ଅଛନ୍ତି ଯେ ଦିନେ ଦୁଇ ଦିନ ଭିତରେ ଗୃହରେ ଅଚଳାବସ୍ଥା ହଟିବାର ସମ୍ଭାବନା କମ୍। ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ବିଧାୟକମାନେ ବି ଗୁରୁବାର ଦିନ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ଗୁରୁବାର ଦିନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ପ୍ଲାକାର୍ଡ ପ୍ରଦର୍ଶନ କଲେ। ବାଚସ୍ପତି ପ୍ଲାକାର୍ଡ ଗୃହରେ ଦେଖାଇବାକୁ ବାରଣ କରିବା ସତ୍ତ୍ବେ ସେମାନେ ଶୁଣି ନ ଥିଲେ। ସଙ୍ଗେ ସଙ୍ଗେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ

Also Read  Rs 54,000 cash looted from Chandbali BJD MLA's car in Odisha capital