ଆଗାମୀ ୫ ଘଣ୍ଟା ମଧ୍ୟରେ ଲଘୁଚାପ ପାଲଟି ଓଡ଼ିଶା ଉପକୂଳରେ ପହଞ୍ଚିବ ‘ଜୋୱାଦ୍‌’

0
619

ନୂଆଦିଲ୍ଲୀ: ଗଭୀର ଅବପାତ ପାଲଟି ଥିବା ସାମୁଦ୍ରିକ ବାତ୍ୟା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବା ସହ ଆଗାମୀ ୫ ଘଣ୍ଟା ମଧ୍ୟରେ ପୁରୀ ନିକଟ ଓଡ଼ିଶା ଉପକୂଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଏହାର ପ୍ରଭାବରେ ପୁରୀରେ ନିରବଚ୍ଛିନ୍ନ ଭାବେ ପ୍ରବଳ ବର୍ଷା ଲାଗି ରହିଛି। ସେହିପରି, ‘ଜୋୱାଦ୍‌’ ନିକଟତର ହେଉଥିବା ବେଳେ ପଶ୍ଚିମବଙ୍ଗର ରାଜଧାନୀ କୋଲ୍‌କାତାରେ ମଧ୍ୟ ପ୍ରବଳ ବର୍ଷା ହେଉଛି।

ସାମୁଦ୍ରିକ ବାତ୍ୟା ‘ଜୋୱାଦ୍‌’ ଦୁର୍ବଳ ହୋଇ ଅବପାତ ପାଲଟିଥିବାରୁ ଆଜି ସକାଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଆର୍.କେ. ବେଳାଭୂମିରେ ସ୍ଥାନୀୟ ଅଧିବାସୀ ଏବଂ ପର୍ଯ୍ୟଟକମାନେ ଚଳାବୁଲା କରୁଛନ୍ତି।

ଏହାଛଡ଼ା, ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ‘ଅରେଞ୍ଜ୍‌ ଆଲର୍ଟ’ ଜାରି କରିଛି।

Also Read  ନୂଆ ଗାଇଡଲାଇନରେ କ’ଣ ରହିଲା ନୟମ ଏବଂ ଏଥର ହୋଲି ଖେଳ ହେବକି ନାହିଁ ? ପଢ଼ନ୍ତୁ ....