ଭୁବନେଶ୍ୱର : ଓମିକ୍ରନ ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପଜିଟିଭ ଥିବା ଜଣାଯାଇଛି। ସମସ୍ତଙ୍କ ନମୁନା ଜିନମ ସିକ୍ୟୁସିଂ ପାଇଁ ଆଇଏଲଏସକୁ ଆସିଛି। ପୂର୍ବରୁ ଆସିଥିବା ୧୪୧ ନମୁନାର ଜିନମ ସିକ୍ୱେସିଂ ହୋଇଥିଲା। ୧୪୧ରୁ କୌଣସି ନମୁନା ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନି । ଏନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।
ନଭେମ୍ବର ୨୪ ପରେ ଓମିକ୍ରନ ଆକ୍ରାନ୍ତ ଦେଶରୁ ଆମ ରାଜ୍ୟକୁ ୮୦୦ରୁ ଊର୍ଦ୍ଧ୍ୱ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଏ ଓମିକ୍ରନ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ଏଥିନିମନ୍ତେ ଉକ୍ତ ୨୪୬ ପଜିଟିଭଙ୍କ ସାମ୍ପଲ ଜିନମ ସିକ୍ୟୁଏନସିଂ ପାଇଁ ଭୁବନେଶ୍ୱର ଆଇଏଲ୍ଏସ୍ ପଠାଯାଇଥିବା ସୂଚନା ମିଳିଛି।
ଏଯାଏ ରାଜ୍ୟରେ ଜଣେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନ ଥିବା ବେଳେ ୨୪୬ ବିଦେଶୀ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଛାତିରେ ଛନକା ପଶିଛି। ଏହି ଆକ୍ରାନ୍ତଙ୍କ ନମୁନା ଜିନମ ସିକ୍ୟୁଏନସିଂ ହେବା ପରେ ଆସନ୍ତା ଶୁକ୍ରବାର ଆସିଯିବ ରିପୋର୍ଟ। ଏହାପରେ ରାଜ୍ୟରେ କେହି ଓମିକ୍ରନ ଆକ୍ରାନ୍ତ ପ୍ରବେଶ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।