ଓଡ଼ିଶା ପୁଲିସରେ ଇଞ୍ଜିନିୟରିଂ ସ୍ନାତକଙ୍କୁ ମିଳିବ ନିଯୁକ୍ତି : କେବେ ଓ କିପରି ଆବେଦନ କରିବେ ଜାଣନ୍ତୁ ?

0
597
ଆଇପିଏସ୍ ଅଧିକାରୀ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ
ଆଇପିଏସ୍ ଅଧିକାରୀ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ

କଟକ: ପୁଲିସ ବିଭାଗରେ ୧୪୪ଜଣ ଇଞ୍ଜିନିୟରିଂ ସ୍ନାତକଙ୍କୁ ନିଯୁକ୍ତି ଦିଆଯିବ। ଏନେଇ ବରିଷ୍ଠ ଆଇପିଏସ୍ ଅଧିକାରୀ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ ନିଜ ଟୁଇଟରରେ ଲେଖିଛନ୍ତି, କମ୍ପ୍ୟୁଟର ଇଞ୍ଜିନିୟରିଂ, ଆଇଟି ଏବଂ ଆନୁସଙ୍ଗିକ ପୃଷ୍ଠଭୂମି ଥିବା ୧୪୪ ଜଣ ସ୍ନାତକଙ୍କୁ ଏକ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ଓଡ଼ିଶା ପୁଲିସ ଏହାର ବୈଷୟିକ ଶାଖାରେ ନିଯୁକ୍ତି ଦେବ। ଏଥିଲାଗି ଅନଲାଇନରେ ଆବେଦନ କରିବାକୁ ପଡ଼ିବ।

ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଡିସେମ୍ବର ୧୩ ତାରିଖ ଦିନ ୯ଟାରୁ ୨୦୨୨ ଜାନୁଆରି ୨ ତାରିଖ ମଧ୍ୟରାତ୍ରି ଭିତରେ ଆବେଦନ କରିବାକୁ ହେବ। କେବଳ ଅନଲାଇନ୍ ଆବେଦନଗୁଡ଼ିକ ଗ୍ରହଣ କରାଯିବ ବୋଲି ଓଡ଼ିଶା ଷ୍ଟେଟ୍ ପୁଲିସ ହାଉସିଂ ଆଣ୍ଡ ୱେଲଫେଆର କର୍ପୋରେସନର ସିଏମଡି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Also Read  କଟକରେ ‘ଅଗ୍ନିପଥ ଯୋଜନା’କୁ ବିରୋଧ: କ୍ୟାଣ୍ଟେନମେଣ୍ଟ ରୋଡରେ ବିକ୍ଷୋଭ ପ୍ରଦର୍ଶନ