ଓଡ଼ିଶା ଗସ୍ତରେ ଆସିବେ ନିତି ଆୟୋଗ ଉପାଧ୍ୟକ୍ଷ

0
726
ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର
ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର

ଭୁବନେଶ୍ୱର: ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିବେ । ଏହି ସମୟରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ରଖିବେ ରାଜ୍ୟ ସରକାର ।

ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେବା ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦାବି ଦୋହରାଇବେ ସରକାର । ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ସାମନା କରୁଥିବା ଓଡ଼ିଶାକୁ ଫୋକସ୍‌ ଷ୍ଟେଟ୍ ମାନ୍ୟତା, ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି, ହ୍ରାସ ପାଉଥିବା କେନ୍ଦ୍ରୀୟ ଅନୁଦାନ ବୃଦ୍ଧି, ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ଅନୁଦାନ ସମ୍ପର୍କରେ ରାଜ୍ୟ ଦାବି ଉପସ୍ଥାପନ କରିପାରେ । ଉନୟନ୍ନ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ହେବ। ଆସନ୍ତାକାଲି ଦିନ୧୧ରୁ ଗୋଟାଏ ଯାଏଁ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏଥିରେ ଶିଳ୍ପପତି, ସାମାଜିକକର୍ମୀ ଏବଂ ଉଦ୍ୟୋଗୀ ସାମିଲ ହେବେ ।

ଅନ୍ୟପକ୍ଷରେ ବାରମ୍ବାର ବନ୍ୟା ବାତ୍ୟା ମରୁଡି ଦ୍ୱାରା ଓଡିଶା ପ୍ରଭାବିତ ହେଉଥିବା ବେଳେ କେନ୍ଦ୍ର ନିକଟରେ ଫୋକସ ଷ୍ଟେଟ ପାଇଁ ବିଜେଡି ଦାବି କରିଆସୁଛି। ଏପରିକି ଫୋକସ ଷ୍ଟେଟ ପାଇଁ ସମସ୍ତ ନିୟମାବଳୀ ମଧ୍ୟ ଓଡିଶା ପୂରଣ କରୁଥିବା କହିଛି ଶାସକ ଦଳ। ତେଣୁ ଏଥର ଗସ୍ତ ସମୟରେ ମଧ୍ୟ ରାଜ୍ୟ ସରକାର ଏହି ଦୃଢ଼ ଦାବି ରଖିବ ବୋଲି କହିଲେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା।

ସେହିଭଳି ବିଜେଡି ସହ କଂଗ୍ରେସ ମଧ୍ୟ ଏକମତ ହୋଇଛି । ରାଜ୍ୟକୁ ଫୋକସ ଷ୍ଟେଟ ଦିଆଯାଉ ବୋଲି ଦାବି କରିଛି କଂଗ୍ରେସ। ରାଜ୍ୟ ସରକାର ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଦୃଢ଼ ଭାବେ ଏ ଦାବି ଉପସ୍ଥାପିତ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ରାଜ୍ୟ ବାରମ୍ବାର ବନ୍ୟା ବାତ୍ୟା ମରୁଡ଼ିର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ରାଜ୍ୟକୁ ଫୋକସ ଷ୍ଟେଟ ମାନ୍ୟତା ନ ଦେବା ଗ୍ରହଣୀୟ ନୁହେଁ ।

Also Read  Severe heat wave condition in Odisha has taken life of 12, 1 being confirmed