ଆମେ ତୋ ସିନିଅର, ଆମ ନାଁ ଜାଣିନୁ : ଜାଣନ୍ତୁ କେଉଁ କଲେଜରେ ଚାଲିଛି ଏମିତି ରାଗିଂ ?

0
640
ଆମେ ତୋ ସିନିଅର, ଆମ ନାଁ ଜାଣିନୁ
ଆମେ ତୋ ସିନିଅର, ଆମ ନାଁ ଜାଣିନୁ

ସମ୍ବଲପୁର : ସିନିଅରଙ୍କ ନାଁ କହି ନ ପାରିବାରୁ ହେଲା ଆକ୍ରମଣ। ଏପରିକି ୬ ଜଣ ମିଳିତ ଭାବେ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ସିନିଅର ଛାତ୍ରଙ୍କ ନାଁ ଜାଣି ନ ଥିବାରୁ ଏପରି ଆକ୍ରମଣର ଶିକାର ହୋଇଛନ୍ତି ବୁର୍ଲା ଭିସୁଟରେ ଜଣେ ଇଞ୍ଜିନିଅରିଂ ଛାତ୍ର । ଏନେଇ ପୀଡ଼ିତ ଛାତ୍ରଙ୍କ ପକ୍ଷରୁ ବୁର୍ଲା ଥାନାରେ ଏତଲା ଦିଆଯାଇଛି । ଛାତ୍ରଙ୍କ ଏତଲାକୁ ଭିତ୍ତି କରି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ଆକ୍ରମଣର ଶିକାର ହୋଇଥିବା ଦ୍ୱିତୀୟ ବର୍ଷ ଛାତ୍ର ଜଣକ ପ୍ରଡକସନ ଇଞ୍ଜିନିଅରିଂ ବିଭାଗର ଛାତ୍ର ମାନସ ସିଂ ବୋଲି ଜଣାଯାଇଛି। ଆକ୍ରମଣର ଶିକାର ହୋଇଥିବା ମାନସ କହିଛନ୍ତି, ମୁଁ ରାତିରେ ମୋ ସାଙ୍ଗ ସହ କିରବା ଛକକୁ ଯାଇଥିଲି। ସେଠାରେ ୬ ଜଣ ସିନିଅର ଏକ ଦୋକାନରେ ବସିଥିଲେ। ସେମାନେ ମୋ ନାଁ ପଚାରିଥିଲେ। ଏହାପରେ ଆମ ନାଁ ଜାଣିଛୁ କି ବୋଲି ପଚାରିଲେ। ଜାଣି ନାହିଁ ବୋଲି କହିବାରୁ ମୋତେ ଗାଳିଗୁଲଜ କଲେ। ଆମେ ତୋ ସିନିଅର, ଆମ ନାଁ କିପରି ଜାଣିନୁ କହି ଧମକାଇବା ସହ ସାର୍ଟ ଟାଣିବାକୁ ଆରମ୍ଭ କଲେ। ଏହାପରେ ୬ ଜଣ ଯାକ ଏକ ସଙ୍ଗେ ମୋତେ ଆକ୍ରମଣ କଲେ। ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ।

ଏନେଇ ମାନସ  ସମ୍ବଲପୁରରେ ରହୁଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଏନେଇ ପୀଡ଼ିତ ନିଜ ପରିବାର ସହ ଥାନାରେ ପହଞ୍ଚି  ଅଭିଯୋଗ କରିଥିଲେ । ତେବେ ଘଟଣା ନେଇ ଭିସୁଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ  ।
Also Read  Odisha records 2,993 new COVID-19 cases; total count increases to 78,530